କ୍ରୀଡ଼ା

କୋହଲି-ଅନୁଷ୍କାଙ୍କ ବିବାହ ଉପରେ ଶୋଏବ୍ ଅଖତରଙ୍କ ବିବାଦୀୟ ମନ୍ତବ୍ୟ, ଫ୍ୟାନମାନେ ଦେଲେ ଏଭଳି କଡା ଜବାବ୍

ନୂଆଦିଲ୍ଲୀ() ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ୍ ଅଖତର ସବୁବେଳେ ନିଜର ମନ୍ତବ୍ୟକୁ ନେଇ ବିବାଦରେ ରୁହନ୍ତି। ଏବେ ସେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହକୁ ନେଇ ବିବାଦୀୟ କମେଣ୍ଟ ଦେଇ ଅଡୁଆରେ ଫଶିଯାଇଛନ୍ତି। ନିକଟରେ ଶୋଏବ୍ କହିଥିଲେ, ବିରାଟଙ୍କ ଖରାପ ପରଫରମାନ୍ସର କାରଣ ହେଉଛି ଅନୁଷ୍କାଙ୍କୁ ସେ ବିବାହ କରିବା।

ଅନୁଷ୍କାଙ୍କୁ ବିରାଟ ବିବାହ କରିବାର ନଥିଲା। ଅନୁଷ୍କାଙ୍କୁ ବିବାହ କରିବା ପରେ ବିରାଟଙ୍କ ପରଫରମାନ୍ସ ଗ୍ରାଫ୍ ତଳକୁ ଖସି ଯାଇଛି। ଏବେ ସୋସିଆଲ ମିଡିଆରେ ଲୋକେ ଶୋଏବ୍ ଅଖତରଙ୍କ ଏହି ଲଜିକକୁ ମୂର୍ଖାମୀ ବୋଲି କହୁଛନ୍ତି।

ଶୋଏବଙ୍କୁ ଅନୁଷ୍କା ଓ ବିରାଟଙ୍କ ଫ୍ୟାନ୍ମାନେ କଡା ସମାଲୋଚନା କରିଛନ୍ତି। ଲୋକମାନେ ଟ୍ବିଟରରେ ଲେଖିଛନ୍ତି, କାହାର ବ୍ୟକ୍ତିଗତ ଜୀବନ ଉପରେ କମେଣ୍ଟ ଦେବା ଠିକ୍ ନୁହେଁ। ଶୋଏବଙ୍କ ଏହି କଥାକୁ କେବଳ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି ଫ୍ୟାନ୍‌ମାନେ କହୁଛନ୍ତି। ପାକିସ୍ତାନୀ କ୍ରିକେଟରଙ୍କ ଏହି ବୟାନ ଉପରେ ସମସ୍ତେ ନିଜ ନିଜର ମନ୍ତବ୍ୟ ଦେବା ସହ ନିନ୍ଦା ମଧ୍ୟ କରୁଛନ୍ତି।

ଏକ ନ୍ୟୁଜ ପୋର୍ଟାଲକୁ ସାକ୍ଷାତକାର ଦେବା ବେଳେ ଶୋଏବ୍ କହିଥିଲେ ବିରାଟ ନିଜର ବ୍ୟାଟିଂ ଉପରେ ଧ୍ୟାନ ଦେଇଥିଲେ ୧୦୦ ରୁ ୧୨୦ ଶତକ କରିପାରିଥାନ୍ତେ। ବିରାଟଙ୍କୁ ବାହା ହେବା ବଦଳରେ ୧୦ ରୁ ୧୨ ବର୍ଷ ଖେଳ ଉପରେ ଧ୍ୟାନ ଦେବା ଦରକାର ଥିଲା। ଯଦି ତାଙ୍କ ସ୍ଥାନରେ ମୁଁ ଥାଆନ୍ତି ତେବେ ବିବାହ କରିନଥାନ୍ତି। ମୁଁ କେବଳ ରନ୍ କରିଥାନ୍ତି ଓ କ୍ରିକେଟକୁ ଏନଜୟ କରିଥାନ୍ତି। କ୍ରିକେଟର ୧୦-୧୨ ବର୍ଷ ଅଲଗା ସମୟ ଓ ଏହି ସମୟ କେବେ ଫେରିବନି। ମୁଁ ଏହା କହୁନି ଯେ, ବାହା ହେବା ଖରାପ, କିନ୍ତୁ ଯଦି ଆପଣ ଭାରତ ପାଇଁ ଖେଳନ୍ତି ତେବେ ଆପଣଙ୍କୁ ଅଳ୍ପ ସମୟ ଖେଳ ଏନଜୟ କରିବା ଦରକାର ଥିଲ। ଶୋଏବଙ୍କ ଏହି କଥା ଶୁଣି ଭାରତୀୟ ଟ୍ବିଟର ୟୁଜରମାନେ ଜୋରଦାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ତେ ଶୋଏବଙ୍କୁ ଭିନ୍ନ ଭିନ୍ନ ପ୍ରକାର କଥା କହି ଘେରିଛନ୍ତି। କିଏ ତାଙ୍କୁ ପାଟି ଚୁପ୍ କରି ରହିବାକୁ କହିଛି ତ ଆଉ କେହି କହିଛନ୍ତି, ଏଭଳି କହିବାକୁ ସେ କିଏ?

Related Articles

Back to top button
WP Twitter Auto Publish Powered By : XYZScripts.com