କ୍ରୀଡ଼ା

ଆଷ୍ଟ୍ରୋଟକର ସିଇଓ ପୁନିତ ଗୁପ୍ତାଙ୍କ ଘୋଷଣା, ଭାରତ ବିଶ୍ୱକପ ଜିତିଲେ ବାଣ୍ଟିବେ ଟଙ୍କା

ବିଶ୍ୱକପ ଫାଇନାଲ ମ୍ୟାଚକୁ ନେଇ ୧୪୦ କୋଟି ଭାରତୀଙ୍କ ମଧ୍ୟରେ ଉତ୍ସାହ । ଆଜି ପଡିଆରେ ମ୍ୟାନ ଇନ ବ୍ଲୁ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ରୋମାଞ୍ଚକର ମ୍ୟାଚ । ସବୁଠି ଉତ୍ସାହର ମାହୋଲ ।

ଭାରତୀୟ ଟିମକୁ ଚାରିଆଡୁ ମିଳୁଛି ଶୁଭେଚ୍ଛା । ସମସ୍ତଙ୍କର ଗୋଟିଏ ପ୍ରାର୍ଥନା ଭାରତୀୟ ଟିମ ଆଣୁ ବିଶ୍ୱକପ । ତେବେ ବିଶ୍ୱକପକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ମାହୋଲ ପୁରା ସରଗରମ ରହିଛି ।

କିଏ ଜିତିବ କିଏ ହାରିବ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଦେଖିବାକୁ ମିଳୁଛି ।ଏହି ମଧ୍ୟରେ ଅନେକ ପ୍ରକାରର ଦାବି ପ୍ରତିବାବି ସାମନାକୁ ଆସୁଛି । ଅନେକ ଲୋକ ଅଛନ୍ତି , ଯେଉଁମାନେ ଭାରତର ବିଜୟକୁ ନେଇ ଅନେକ ପ୍ରକାରର ଘୋଷଣା କରିବାରେ ଲାଗି ପଡିଛନ୍ତି ।

ଏମିତି କିଛି ଘୋଷଣ କରିଛନ୍ତି ଆଷ୍ଟ୍ରୋଟକର ସିଇଓ ପୁନିତ୍ ଗୁପ୍ତ । ଯାହାକୁ ଶୁଣିଲେ ଆଅପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ଘୋଷଣା କରିଛନ୍ତି, ଯଦି ଭାରତ ବିଶ୍ବକପ୍ ଟ୍ରଫି ଜିତିବାରେ ସଫଳ ହୁଏ ତାହେଲେ ସେ ଆଷ୍ଟ୍ରୋଟକ୍ ୟୁଜରଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବାଣ୍ଟିବେ ।

ପୁନିତ ଗୁପ୍ତା ଆହୁରି ଲେଖିଛନ୍ତି ଗତ ଥର ମୋ ସହ ମୋର କିଛି ବନ୍ଧୁମାନେ ଥିଲେ । ଯେଉଁମାନେଙ୍କ ସହ ମୁଁ ବିଶ୍ୱକପ ଜିତିବାର ଖୁସି ବାଣ୍ଟିଥିଲି । କିନ୍ତୁ ଏଥର ମୋ ସହ ବହୁ ସଂଖ୍ୟାରେ ଆଷ୍ଟ୍ରୋଟକର ୟୁଜର ଅଛନ୍ତି । ଯେଉଁମାନେ ବନ୍ଧୁ ଭଳି ।

ତାଙ୍କ ସହ ନିଜର ଖୁସି ବାଣ୍ଟିବା ପାଇଁ ମୁଁ କିଛି କରିବାକୁ ଚାହୁଁଛି । ସେହିପରି ସେ ଆହୁରି ଲେଖିଛନ୍ତି ଏନେଇ ମୁଁ ମୋର ଫାଇନାନ୍ସ ଟିମ ସହ କଥା ହୋଇଛି, ଏବଂ ନିଜ ୟୁଜରଙ୍କୁ ୧୦୦ କୋଟି ଟଙ୍କା ଦେବାକୁ ଶପଥ ନେଇଛି ।

ଯଦି ଭାରତ ଏହି ବିଶ୍ୱକପ ଜିତେ ତାହେଲେ ୟୁଜରଙ୍କ ୱାଲେଟକୁ ଟଙ୍କା ପହଞ୍ଚିବ । ଏହା ସହ ପୁନିତ ଲୋକଙ୍କୁ ଭାରତର ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି । ଏହା ସହ ପୁନିତ ଗୁପ୍ତା ୨୦୧୧ ବିଶ୍ୱକପରେ ଭାରତର ଟାଇଟଲ ବିଜୟ କଥାକୁ ବି ମନେପକାଇଛନ୍ତି ।

ଲିଙ୍କଡିନରେ ଏକ ପୋଷ୍ଟରେ ପୁନିତ ଲେଖିଛନ୍ତି ଯେ, ଭାରତ ୧୦୧୧ରେ ବିଶ୍ୱକପ ଜିତି ଥିଲା । ଏହି ସମୟରେ ସେ କଲେଜରେ ପଢୁଥିଲେ ଏହା ତାଙ୍କ ଜୀବନର ଖୁସି ଦିନ ଗୁଡିକ ମଧ୍ୟରୁ ଗୋଟିଏ ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com