କ୍ରୀଡ଼ା

ଭାରତ ପୁଣି ଜିତିଲା ମହିଳା ଏସିଆ କ୍ରିକେଟ କପ୍

ବାଂଲାଦେଶ, ୧୫ /୧୦/୨୦୨୨-   ଭାରତ ହାତରେ ମହିଳା ଏସିଆ କ୍ରିକେଟ୍ କପ । ଭାରତୀୟ ମହିଳା କ୍ରିକେଟ ଟିମ୍ ଶ୍ରୀଲଙ୍କାକୁ ହରାଇ ଏସିଆ କପର ଚମ୍ପିଆନ ହୋଇଛି । ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ଭାରତୀୟ ମହିଳା କ୍ରିକେଟ ଟିମ୍ ୭ମ ଥର ପାଇଁ ଏସିଆ କପରେ ଚମ୍ପିଆନ ହୋଇଛି । ଏସିଆ କପ୍ ର ଏହା ଅଷ୍ଟମ ସଂସ୍କରଣ ଥିଲା ।  କେବଳ ଗୋଟିଏ ଥର ଭାରତୀୟ ମହିଳା କ୍ରିକେଟ ଟିମ୍ ହାତରୁ ଏସିଆ କପ ଚାଲି ଯାଇଥିଲା । ବାକି ୭ ଥର ଦଳ ଏହି କପକୁ ଜିତି ଦେଶପାଇଁ ଗୌରବ ଆଣିଛି ।

ବାଂଲାଦେଶର ସିଲହଟ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ । ଶ୍ରୀଲଙ୍କା ଟିମ୍ ୯ ୱିକେଟ ହରାଇ ମୋଟ ୬୫ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ଭାରତୀୟ ଟିମ୍ ଆରମ୍ଭରୁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ୮.୩ ଓଭର ଖେଳି ୮ ୱିକେଟରେ ମ୍ୟାଚ ଜିତି ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com