କ୍ରୀଡ଼ା

ଟି-୨୦ ବିଶ୍ୱକପରେ ଓପନିଂ କରିବେ କେ.ଏଲ୍‌ ରାହୁଲ

ନୂଆଦିଲ୍ଲୀ, ୧୯/୦୯/୨୦୨୨ –   ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍‌ରେ କେଉଁ ଯୋଡି ଓପନିଂ କରିବେ  ସେନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି ଯେ, ଆଗାମୀ ଟି-୨୦ ବିଶ୍ୱକପ୍‌ରେ କେ.ଏଲ୍‌ ରାହୁଲ ହିଁ ଓପନିଂ କରିବେ । ବିରାଟ କୋହଲି ଆମ ଦଳ ପାଇଁ ଏକ ଓପନର ଭାବେ ବିକଳ୍ପ ରହିବେ । କିନ୍ତୁ ରାହୁଲ ହିଁ ଦଳ ପାଇଁ ପ୍ରଥମ ଓପନିଂ ପସନ୍ଦ ।

ଏସିଆ କପ  ଶେଷ ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ୍‌ ରାହୁଲ୍‌ ଓପନିଂ କରିଥିଲେ । ଏହି ମ୍ୟାଚ୍‌ରେ ବିରାଟ ଶତକ ମଧ୍ୟ ହାସଲ କରିଥିଲେ । ୨୦୧୯ ପରେ ବିରାଟଙ୍କ ବ୍ୟାଟ୍‌ରୁ ଏହା ପ୍ରଥମ ଶତକ । ଲଗାତର ଖରାପ ଫର୍ମକୁ ନେଇ ଚର୍ଚ୍ଚାରେ ଥିବା କୋହଲି, ଏସିଆ କପ୍‌ର ଶେଷ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ । ସେବେଠାରୁ ବିରାଟ ଓପନିଂ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ପ୍ରେସ୍‌ମିଟ୍‌ ଜରିଆରେ ରୋହିତ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com