କ୍ରୀଡ଼ା

ବେଙ୍ଗାଲୁରୁ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆରେ ଅଦଳବଦଳ: ଅକ୍ଷର ପଟେଲ ଇନ୍, ବାଦ୍‌ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ() ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ସହଜରେ ଜିତିନେଇଛି ଭାରତ । ଗୋଟିଏ ଇଂନିସ ଏବଂ ୨୨୨ରନରେ ପରାଜିତ ହୋଇଛି ଶ୍ରୀଲଙ୍କା । ଏବେ ଟିମ୍‌ ଇଣ୍ଡିଆର ନଜର ସିରିଜ୍‌ ବିଜୟ ଉପରେ ରହିଥିବା ବେଳେ ବରାବର୍‌ କରିବାକୁ ଚେଷ୍ଟାକରିବ ଭ୍ରମଣକାରୀ ଶ୍ରୀଲଙ୍କା ।

ତେବେ ଦ୍ବିତୀୟ ମ୍ୟାଚରେ ଦଳରେ ସାମାନ୍ୟ ପରିବର୍ତ୍ତନ କରିଛି ଟିମ୍‌ ଇଣ୍ଡିଆ । ଆହତ କାରଣରୁ ଦଳରୁ ବାଦ୍‌ ପଡିଥିବା ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି । ପୂର୍ବରୁ ସ୍କ୍ବାଡରେ ସାମିଲ ଥିବା କୁଲଦୀପ ଯାଦବଙ୍କୁ ରିଲିଜ୍‌ କରିଛି ଦଳ । ଅକ୍ଷର ପଟେଲ ଏବେ ଫିଟ୍‌ ଥିବାରୁ ବେଙ୍ଗାଲୁରୁ ଟେଷ୍ଟ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି ।

କ୍ରିକବଜ୍ ର ରିପୋର୍ଟ ଅନୁଯାୟୀ, ପ୍ରଥମ ମ୍ୟାଚ୍‌ ପାଇଁ ମଧ୍ୟ ଫିଟ୍‌ ଥିଲେ ଅକ୍ଷର ପଟେଲ । କିନ୍ତୁ ପୁନର୍ବାସରେ ଥିବାରୁ ପ୍ରଥମ ଟେଷ୍ଟ ପାଇଁ ଦଳରେ ସାମିଲ ହୋଇପାରିନଥିଲେ । ୨୦୨୧ ଡିସେମ୍ବର ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଷର ଶେଷ ମ୍ୟାଚ୍‌ ଖେଳିଥିଲେ । ପରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ହିଁ ସେ ଆହତ ହୋଇଥିଲେ । ଏବେ ସେ ଦଳରେ ସାମିଲ ହୋଇଥିବାରୁ କୁଲଦୀପ ଯାଦବଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ।
ମୋହାଲିରେ ଖେଳାଯାଇଥିବା ଟେଷ୍ଟ କଥା କହିବାକୁ ଗଲେ, ୩ ଜଣ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା ଏବଂ ଜୟନ୍ତ ଯାଦବ ଦଳରେ ସାମିଲ ଥିଲେ । ତେବେ ଜାଡେଜା ଏକାକି ଶ୍ରୀଲଙ୍କା ଉଭୟ ବୋଲିଂ ଏବଂ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ପ୍ରଥମ ଇନିଂସରେ ବ୍ୟାଟିଂ କରି ୧୭୫ରନରେ ଅପରାଜିତ ଥିଲେ ଜାଡେଜା । ପରେ ବୋଲିଂରେ ମଧ୍ୟ କମାଲ କରିଥିଲେ । ପ୍ରଥମ ଇନିଂସରେ ୫ଟି ଏବଂ ଦ୍ବିତୀୟ ଇନିଂସରେ ୪ଟି ଓ୍ବିକେଟ୍‌ ନେଇଥିଲେ ଜାଡେଜା । ଅକ୍ଷର ପଟେଲଙ୍କ ରେକର୍ଡ କଥା କହିବାକୁ ଗଲେ, ମୋଟ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୦ ଇନିଂସରୁ ୧୧.୮୬ ହାରରେ ୩୬ଟି ଓ୍ବିକେଟ୍‌ ନେଇଛନ୍ତି ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଦିବା-ରାତ୍ର ହେବ । ମାର୍ଚ୍ଚ ୧୨ ତାରିଖରେ ଖେଳାଯିବ ଦ୍ବିତୀୟ ଟେଷ୍ଟ । ଦିନ ୨ଟାରୁ ଆରମ୍ଭ ହେବ ମ୍ୟାଚ୍‌

Related Articles

Back to top button
WP Twitter Auto Publish Powered By : XYZScripts.com