କ୍ରୀଡ଼ା

ସୁସ୍ଥ ହୋଇ ଫେରିଲେ ରିକି ପଣ୍ଟିଙ୍ଗ,କହିଲେ ସେଦିନ କଣ ଘଟିଥିଲା

ଭୁବନେଶ୍ୱର: ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ । ଶନିବାର ଦିନ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ର ଚତୁର୍ଥ ଦିନରେ କମେଣ୍ଟ୍ରି ବକ୍ସକୁ ଫେରିଥିଲେ। ଟେଷ୍ଟ ମ୍ୟାଚର ତୃତୀୟ ଦିନର ମଧ୍ୟାହ୍ନ ଭୋଜନରେ ରିକି ପଣ୍ଟିଙ୍ଗ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ମ୍ୟାଚର ଚତୁର୍ଥ ଦିନ ଶନିବାର ଦିନ ରିକି ପଣ୍ଟିଂ ଚ୍ୟାନେଲ ସେଭେନକୁ କହିଛନ୍ତି, ଏହା ମୋ ପାଇଁ ଅତ୍ୟନ୍ତ ଭୟାନକ ମୁହୂର୍ତ୍ତ ଥିଲା। ମ୍ୟାଚର ତୃତୀୟ ଦିନରେ ମୁଁ କମେଣ୍ଟ୍ରି ବକ୍ସରେ ବସିଥିଲି, ସେତେବେଳେ ମୁଁ ମୋ ଛାତିରେ ତୀବ୍ର ଯନ୍ତ୍ରଣା ଅନୁଭବ କଲି। ମୁଁ ଏହାକୁ ଦୂର କରିବାକୁ ଚେଷ୍ଟା କଲି, କିନ୍ତୁ ତାହା ହୋଇପାରି ନଥିଲା। ପଣ୍ଟିଂ କହିଛନ୍ତି, ଗତକାଲି ମୋ ପାଇଁ ଏକ ଭଲ ଶିକ୍ଷା ଦିବସ ଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com