କ୍ରୀଡ଼ା

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ : ଅଷ୍ଟ୍ରେଲିଆ ୧୭୭ ରନରେ ଅଲଆଉଟ

ଭୁବନେଶ୍ୱର, ୦୯/୦୨/୨୦୨୩ –    ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଠାରୁ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟ ନାଗପୁର ଠାରେ ଖେଳାଯାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ରବିନ୍ଦ୍ର ଜାଡେଜା ଓ ଅଶ୍ୱିନୀଙ୍କ ସ୍ପିନକୁ ସାମ୍ନା କରିବାରେ ବିଫଳ ହୋଇଛି ଅଷ୍ଟ୍ରେଲିଆ । ଫଳରେ ଦଳ ୬୩. ୫ ଓଭର ଖେଳି ୧୭୭ ରନରେ ଅଲଆଉଟ ହୋଇ ଯାଇଥିଲା ।

ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୫, ଅଶ୍ୱିନୀ ୩, ସାମି ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।ଅଷ୍ଟ୍ରେଲିଆ  ପକ୍ଷରୁ ଲାବ୍ରୁସେନ ୪୯, ଷ୍ଟିଭେନ ସ୍ମିଥ ୩୭, ଆଲେକ୍ସ କ୍ୟାରି ୩୬ ଓ ହାଣ୍ଡସକୋମ୍ବ ୩୧ ରନ କରିଥିଲେ । ସେହିପରି ପ୍ରଥମ ଦିନରେ ଭାରତ ୧ ୱିକେଟ ହରାଇ ୭୭ ରନ ସଂଗ୍ରହ କରିଛି । ରାହୁଲ ୨୦ ରନ କରି ଆଉଟ ହୋଇଥିଲାବେଳେ ରୋହିତ ୫୬ ଏବଂ ଅଶ୍ୱିନ ୦ ରେ ଅପରାଜିତ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com