କ୍ରୀଡ଼ା

ଦୀର୍ଘ ଦିନ ହେଲା ବିରାଟ କୋହଲିଙ୍କ ଫର୍ମ ଠିକ୍ ନାହିଁ

 ନୂଆଦିଲ୍ଲୀ, ୨୮/୦୭/୨୦୨୨- ବିରାଟ କୋହଲିଙ୍କ ଶତକକୁ  ହଜାରେ ଦିନ ହୋଇସାରିଲାଣି । ଦୀର୍ଘ ଦିନ ହେଲା କୋହଲିଙ୍କ ଫର୍ମ କିଛି ଠିକ୍ ନାହିଁ । କ୍ରିଜରେ ସେ ଲଗାତାର ରନ୍ ସଂଗ୍ରହ କରିପାରୁ ନାହାଁନ୍ତି । ଏପରି ସ୍ଥିତିରେ ଆସନ୍ତା ଜିମ୍ବାୱେ ଗସ୍ତରେ କୋହଲିଙ୍କୁ ଦଳରୁ ଦୂରେଇ ରଖିବା କଥାକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି ।  ଜିମ୍ବାୱେ ବିରୋଧରେ କୋହଲି ଏପର୍ଯ୍ୟନ୍ତ ମୋଟ ୬ଟି ଇଂନିସରେ ୨୫୩ ରନ୍ ରହିଛି । କିଛି ବରିଷ୍ଠ କ୍ରିକେଟରଙ୍କ କହିବା କଥା, କୋହଲି ଏହି ଗସ୍ତରେ ଯାଇ ମ୍ୟାଚ୍ ଖେଳିବା ଉଚିତ୍ । ଯାହା ଫଳରେ ସେ ତାଙ୍କର ପୁରୁଣା ଫର୍ମ ଫେରିପାଇବେ । ଟିମ୍ ଇଣ୍ଡିଆର ପୂର୍ବ ଚୟନକର୍ତ୍ତା ସବା କରିମ ଏ ସମ୍ବନ୍ଧରେ ନିଜର ରାୟ ରଖିଛନ୍ତି । ପ୍ରଥମେ ଚୟନକର୍ତ୍ତୀ ନିଷ୍ପତ୍ତି ନେବା ଦରକାର ଯେ, ବିରାଟ କୋହଲି ଟି-୨୦ ବିଶ୍ୱକପ୍ ପାଇଁ ଆବଶ୍ୟକ କି ନୁହେଁ । ଯଦି ତାଙ୍କୁ ଲାଗୁଛି ବିରାଟ କୋହଲିଙ୍କର ବିଶ୍ୱକପରେ ଆବଶ୍ୟକତା ଅଛି , ତେବେ ଏନେଇ ଆଲୋଚନା କରିବା ଦରକାର । ଚୟନକର୍ତ୍ତା , କ୍ୟାପଟେନ୍ ଓ ରାହୁଲ ଦ୍ରାବିଡ ଏନେଇ କଥାବାର୍ତ୍ତା କରିବା ସହିତ ନିଷ୍ପତ୍ତି ନେବା ଦରକାର । କୋହଲିଙ୍କ ଉପରେ କୌଣସି ଚାପ ପକାଇବା ଉଚିତ୍ ନୁହେଁ । ଆଗାମୀ ଦିନରେ ଏସିଆ କପରେ ମଧ୍ୟ କୋହଲି କମବ୍ୟାକ୍ କରିବେ ବୋଲି ସେ କହିଛନ୍ତି ।  ଯଦି କୋହଲି ଆଗାମୀ ଜିମ୍ବାୱେ ଗସ୍ତ ପାଇଁ ଦଳରେ ରୁହନ୍ତି, ତେବେ ଦଳର ବ୍ୟାଟିଂ କ୍ରମ ନିଶ୍ଚୟ ଦୃଢ ହେବ । ଏହାସହିତ ତାଙ୍କର କମବ୍ୟାକ୍ ପାଇଁ ମଧ୍ୟ ଏହା ସାହାଯ୍ୟ କରିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com