କ୍ରୀଡ଼ା

ଭାରତୀୟ କ୍ରିକେଟ ଦଳକୁ ଫେରିଲେ ଅଲରାଉଣ୍ଡର ଦୀପକ ଚହର

ନୂଆଦିଲ୍ଲୀ, ୩୧/୦୭/୨୦୨୨- ଭାରତୀୟ କ୍ରିକେଟ ଟିମ ପାଇଁ  ଖୁସି ଖବର । ଦୀର୍ଘ ୬ ମାସ ଦଳରୁ ଦୂରେଇ ରହିବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଦୀପକ ଚହର । ଆସନ୍ତା  ଜିମ୍ବାୱେ ଗସ୍ତରୁ ପୁଣି ଟିମ ଇଣ୍ଡିଆ ସହ ଯୋଡି ହେବାକୁ ଯାଉଛନ୍ତି  ଦୀପକ । ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରିଛି ବିସିସିଆଇ । ଚଳିତବର୍ଷ ଫେବୃୟାରୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ଆହତ ହୋଇଥିଲେ ଚହର । ଏହା ଯୋଗୁଁ ୨୦୨୨ ଆଇିପିଏଲରୁ ମଧ୍ୟ ଦୂରେଇ ରହିଥିଲେ । ଏବେ ୬ ମାସ ପରେ ଆହତ ସମସ୍ୟାରୁ ମୁକୁଳି  ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ ହୋଇ ସାରିଛନ୍ତି ଦୀପକ ।  ଚହର ଭାରତ ତରଫରୁ ୭ଟି ଦିନିକିଆରେ ୧୦ଟି ୱିକେଟ ନେଇଥିବାବେଳେ, ୨୦ଟି  ଟ୍ୱେଣ୍ଟି-୨୦ ମ୍ୟାଚରୁ ୨୬ଟି ୱିକେଟ ହାସଲ କରିଛନ୍ତି ।

ଭାରତୀୟ ଦଳ – ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାୟକୱାଡ଼, ଶୁଭମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଈଶାନ କିଶନ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ,  ପ୍ରସିଦ୍ଧ କୃଷ୍ଣା, ଆବେଶ ଖାନ, ମହମ୍ମଦ ସିରାଜ, ଦୀପକ ଚହର ।

Related Articles

Back to top button
WP Twitter Auto Publish Powered By : XYZScripts.com