କ୍ରୀଡ଼ା

ଭାରତ ନଆସିଲେ ଆମେ ବି ଯିବୁନି : କମରାନ୍ ଆକମଲ୍

ଭୁବନେଶ୍ୱର, ୨୫/୦୨/୨୦୨୩ –    ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନ ଆସୁଛି ତେବେ ଆମେ ବି ୨୦୨୩ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଯିବା ଠିକ୍ ନୁହେଁ । ଆମର ବି ଇଜ୍ଜତ ଅଛି । ଆମେ ବି ବିଶ୍ୱ ଚାମ୍ପିୟନ୍ ହେଇଛୁ । ଏପରି କହିଛନ୍ତି ପାକିସ୍ତାନ ଟିମର ପୂର୍ବତନ ୱିକେଟ୍ କିପର କମରାନ୍ ଆକମଲ୍ ।

ଏସିଆ କପକୁ ନେଇ ବିବାଦ ଉପୁଜିବା ଭିତରେ କେଉଁଠି ଏସିଆ କପ୍ ଖେଳାଯିବା ତାକୁ ନେଇ ଏବେ ବି ପ୍ରଶ୍ନ ଲାଗିରହିଛି । BCCI ପାକିସ୍ତାନ ଯିବାକୁ ସ୍ପଷ୍ଟ ଭାବେ ମନା କରିଥିବାବେଳେ, ପାକିସ୍ତାନରେ କେମିତି ଏସିଆ କପ୍ ଆୟୋଜନ ହେବ, ତାହା ଆଲୋଚନାର ବିଷୟ ।

ତେବେ ଏକ ନିରପେକ୍ଷ ସ୍ଥାନରେ ଏସିଆ କପ୍ ଆୟୋଜନ କରିବାକୁ ବିଚାର କରାଯାଉଥିବା ଜଣାପଡ଼ିଛି । ଭାରତ ନିଜର ସମସ୍ତ ମ୍ୟାଚ୍ UAEରେ ଖେଳିବାକୁ ଯୋଜନା କରୁଥିବାବେଳେ, ଅନ୍ୟ ସବୁ ଟିମ୍ ପାକିସ୍ତାନରେ ନିଜ ମ୍ୟାଚ୍ ଖେଳିବେ । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ପ୍ରକାର ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com