Breaking NewsFeaturedକ୍ରୀଡ଼ା

ବିଶ୍ୱକପର ଉପହାର ଦେଲା ବିସିସିଆଇ, ରାଷ୍ଟ୍ରପତି କଲେ ପୁରସ୍କୃତ

କ୍ରିକେଟର ମହମ୍ମଦ ସାମିଙ୍କୁ ଅର୍ଜୁନ ପୁରସ୍କାର । ୨୦୨୩ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପୁରସ୍କୃତ କରିଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ମହମ୍ମଦ ସାମି ।

ଏହି ପୁରସ୍କାର ପାଇବାରେ ସେ ୫୮ତମ କ୍ରିକେଟର ହୋଇଛନ୍ତି । ତାଙ୍କ ବ୍ୟତୀତ ଆହୁରି ୨୫ ଜଣ ଖେଳାଳିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି । ୨୦୨୩ ବିଶ୍ୱକପରେ ସାମିଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ସାମିଙ୍କ ନାମ ସୁପାରିଶ କରିଥିଲା । ବିଶ୍ୱକପରେ ସେ ୭ଟି ମ୍ୟାଚରୁ ୨୪ଟି ୱିକେଟ୍ ନେଇ ଶ୍ରେଷ୍ଠ ବୋଲର ହୋଇଥିଲେ । ସେହିପରି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରକୁ ଦେଖିଲେ ୬୪ଟି ଟେଷ୍ଟରୁ ୨୨୯ ଟି ୱିକେଟ୍ ନେଇଛନ୍ତି । ସେହିଭଳି ଦିନିକିଆରେ ୧୦୧ ମ୍ୟାଚରୁ ୧୯୫ ଏବଂ ୨୩ ଟି ଟ୍ୱେଣ୍ଟି-୨୦ ମ୍ୟାଚରୁ ୨୪ ଟି ୱିକେଟ୍ ନେଇଛନ୍ତି ଶାମି ।

Related Articles

Back to top button
WP Twitter Auto Publish Powered By : XYZScripts.com