Featuredଜାତୀୟମନୋରଞ୍ଜନ

ଆଜି ସୁଶାନ୍ତଙ୍କର ଜନ୍ମ ଜୟନ୍ତୀ

ଆଜିବି ଲୋକମାନେ ସ୍ୱର୍ଗତ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରିନାହାଁନ୍ତି । ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି । ଆଜି ସୁଶାନ୍ତଙ୍କର ଜନ୍ମ ଜୟନ୍ତୀ । ଏନେଇ ତାଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପାଇଁ ଏକ ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ସୁଶାନ୍ତ ଓ ରିୟାଙ୍କ  ହାତରେ ଦୁଇଟି କପ ଥିବା ଦେଖିବାକୁ ମିଳିଛି । ଏବଂ ଫଟୋରେ ଉଭୟ ହସୁଥିବା ଦେଖିବାକୁ ମିଳିଛି । ତେବେ, ରିୟାଙ୍କ ଏହି ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ କରିବା ସହ ଲାଇକ୍ ମଧ୍ୟ କରିଛନ୍ତି ।  ଆଉ କେତେକ ପ୍ରଶଂସକ ଦୁଃଖ ଜଣାଇଛନ୍ତି। ଜଣେ ୟୁଜର୍ସ ଏହି ଫଟୋରେ କମେଣ୍ଟ କରି ଲେଖିଛନ୍ତି ଯେ, ‘ଏହି ପୋଷ୍ଟ କରି କୌଣସି ଫାଇଦା ନାହିଁ,ଲୋକେ ତୁମକୁ କ୍ଷମା କରିବେ ନାହିଁ। ’

ସେହିପରି ସୁଶାନ୍ତଙ୍କ ଭଉଣୀ ସ୍ବତା ସିଂ କିର୍ତ୍ତୀ ମଧ୍ୟ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୁଶାନ୍ତଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି । ଏବଂ ଭାବ ବିହ୍ବଳ ହୋଇ ଏକ ଲମ୍ବା କ୍ୟାପସନ ମଧ୍ୟ ଫଟୋରେ ଲେଖିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ସୁଶାନ୍ତ ଦୁଇଟି କୁନି ପିଲାଙ୍କ ସହ ଖେଳୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com