କ୍ରୀଡ଼ା

ପ୍ରଥମ ଟି-୨୦ରେ ଭାରତ ୨ରନରେ ବିଜୟୀ

ମୁମ୍ବାଇ, ୦୪/୦୧/୨୦୨୩ –    ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ୨ ରନରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ୩ ଟିକିଆ ସିରିଜର ପ୍ରଥମ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ୧୬୨ ରନ୍ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ଅଲରାଉଣ୍ଡର ଦୀପକ ହୁଡ୍ଡା ୪୧ ରନ କରିଥିବାବେଳେ ଅକ୍ଷର ପଟେଲ ୩୧ ରନ କରିଥିଲେ ।

୧୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଓ୍ୱିକେଟ ହରାଇମାତ୍ର ୧୬୦ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଏହି ମ୍ୟାଚରେ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଶିଭମ ମାଭି ୪ ଓ୍ୱିକେଟ ନେଇଥିବାବେଳେ ଉମ୍ରାନ ମଲ୍ଲିକ ଓ ହର୍ଷଲ ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଶନକା ସର୍ବାଧିକ ୪୫ ଏବଂ କୁଶଳ ମେଣ୍ଡିସ ୨୮ ରନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com