କ୍ରୀଡ଼ା

ହକି ବିଶ୍ଵକପର ଉଦ୍‌‌ଘାଟନ ପାଇଁ କମ୍ପୁଛି ବାରବାଟୀ ଷ୍ଟାଡିୟମ

କଟକ, ୧୧/୦୧/୨୦୨୩ –     ହକି ମହାକୁମ୍ଭର ଉଦ୍‌‌ଘାଟନ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପୁଛି ବାରବାଟୀ ଷ୍ଟାଡିୟମ । ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ ସଜାଯାଇଛି । ଓଡ଼ିଆ ସିନେ ତାରକା ସବ୍ୟସାଚୀ-ଅର୍ଚ୍ଚିତା, ଗାୟକ ଋତୁରାଜ ମହାନ୍ତି ମଞ୍ଚ ଉପରେ ନିଜର ଜଲୱା ଦଖାଇଥିବାବେଳେ ସମୟ ସହ ବଲିଉଡ ସେଲିବ୍ରିଟଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ବଢୁଛି ଉତ୍କଣ୍ଠା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦ୍‌‌ଘାଟନ କରିବେ । ମୁଖ୍ୟମନ୍ତ୍ରୀ ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବାରବାଟୀରେ ରହିବେ ।

ଏକ ହଜାର V.V.I.Pଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଉତ୍ସବରେ ସାମିଲ ହେବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ମନିଷ ପଲ୍, ଦିଶା ପଟାନୀ । ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମ ଜଲଓ୍ବା ଦେଖାଉଛି  । ଉଦଘାଟନୀ ଉତ୍ସବ ପାଇଁ ଓ୍ବେଲକମ୍ ସଙ୍ଗ୍ କରିଛନ୍ତି ମ୍ୟୁଜିକ୍ ଡିରେକ୍ଟର ପ୍ରୀତମ୍ । ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା । ସେହିପରି ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ କରିଛନ୍ତି ବିଶ୍ଵକପ୍ ଆନ୍ଥେମ୍  । ଏହାକୁ ଗାଇଛନ୍ତି ସୁଖବିନ୍ଦର ସିଂ  ।

ଉଦଘାଟନୀ ଉତ୍ସବ ପାଇଁ କଟକରେ କମିଶନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦୦ ଅଫିସରଙ୍କ ସହ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ୧୦ଟି ନୂଆ ଏଡ୍-ପୋଷ୍ଟ ଏବଂ ୧୬ଟି ହେଲ୍ପ ଡେସ୍କ ଖୋଲାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com