କ୍ରୀଡ଼ା

ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିବ ଟିମ୍ ଇଣ୍ଡିଆ, ମ୍ୟାଚ ଉପରେ ସମସ୍ତଙ୍କର ନଜର

ଭୁବନେଶ୍ୱର: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିବ। ଏହି ODI ମ୍ୟାଚ୍ ସକାଳ ୧୧ :୩୦ ରେ ମିରପୁରରେ ଖେଳାଯିବ ।

ବାଂଲାଦେଶ ବିପକ୍ଷ ODI ସିରିଜର ଶ୍ରେଷ୍ଠ ତିନି ବ୍ୟାଟ୍ସମ୍ୟାନ୍ ଭାବରେ ରୋହିତ ଶର୍ମା, ଶିଖର ଧାୱନ ଏବଂ କୋହଲି ଏକତ୍ରିତ ହେବେ। ୨୦୧୯ ବିଶ୍ୱକପ୍ ପରେ, ଏହି ୩ ଖେଳାଳି ଏକାଠି ୧୨ ଟି ODI ଖେଳିଛନ୍ତି । ତେବେ କୋହଲି ODI ରେ ନିଜର ଟି -୨୦ ଫର୍ମ ବଜାୟ ରଖିପାରିବେ କି ନାହିଁ ତାହା ଦେଖିବାର କଥା।

ଏହି ମ୍ୟାଚ୍‌ରେ ଭାରତର ମଧ୍ୟମ କ୍ରମରେ ବିଶେଷ ଭାବରେ ଚାରି, ପାଞ୍ଚ ଏବଂ ଛଅ ନମ୍ବରରେ ସମସ୍ତ ଧ୍ୟାନ ରହିବ। ରାହୁଲ ନିଜର ଉଜ୍ଜ୍ୱଳ ପ୍ରଦର୍ଶନ ସହିତ ମଧ୍ୟମ କ୍ରମରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏବଂ ଶ୍ରେୟସ୍ ଆୟର ଯାହା ବି ସୁଯୋଗ ପାଇଛନ୍ତି ସେଥିରେ ନିଜକୁ ପ୍ରମାଣିତ କରିଛନ୍ତି।

ତେବେ ODI ସିରିଜରେ ଭାରତ କେଉଁ ପ୍ରକାର ବୋଲିଂ ବିକଳ୍ପ ବାଛିଛି ତାହା ଦେଖିବାକୁ ବାକି ରହିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com