କ୍ରୀଡ଼ା

‘ଯଦି ୩୦ ରନ ପର୍ଯ୍ୟନ୍ତ କୋହଲି ପହଞ୍ଚି ଯାଆନ୍ତି…’ ଏଜବାଷ୍ଟନ ଟେଷ୍ଟ ଉପରେ ମାଇକେଲ୍ ଭନଙ୍କ ଭବିଷ୍ୟବାଣୀ

ବର୍ମିଂଘମ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଏଜବାଷ୍ଟନରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ବ୍ୟାଟିଂ ଜାରି ରହିଛି। ଏହି ଟେଷ୍ଟ ଯଦି ଡ୍ର ରୁହେ କିମ୍ବା ଭାରତ ଜିତି ନିଏ ତେବେ ଦଳର ଏହା ଐତିହାସିକ ସିରିଜ୍ ବିଜୟ ହେବ। ମୁକାବିଲାରେ ସଭିଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିଛି। ସେ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରି ନାହାନ୍ତି।

ଏବେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ ମଧ୍ୟ ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ଭନ କହିଛନ୍ତି ଯଦି କୋହଲି ୩୦ ରନ ପର୍ଯ୍ୟନ୍ତ ପହଞ୍ଚି ଯାଆନ୍ତି ତେବେ ସେ ଶତକ କରିପାରନ୍ତି। ଭନ କ୍ରିକବଜ୍ ସହ ଅଲୋଚନା ବେଳେ କହିଛନ୍ତି, ଏଜବାଷ୍ଟନରେ ସଭିଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। କିଛି ବର୍ଷ ପୂର୍ବେ ସେ ଏହି ମଇଦାନରେ ବଡ ଶତକ ହାସଲ କରିଥିଲେ। ହେଲେ ବହୁତ ସମୟ ହୋଇଯିବ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିନାହିଁ। ଯଦି ସେ ୩୦ ରନ ପର୍ଯ୍ୟନ୍ତ ପହଞ୍ଚି ଯାଆନ୍ତି ତେବେ ତିନି ଅଙ୍କ ଛୁଇଁ ପାରନ୍ତି।

ତେବେ ଏଜବାଷ୍ଟନରେ ଭାରତର ରେକର୍ଡ କିଛି ଖାସ୍ ନାହିଁ। ଭାରତ ଏହି ମଇଦାନରେ ସାତୋଟି ଖେଳି  ଛଅଟିରେ ପରାଜିତ ହୋଇଛି ଏବଂ ଗୋଟିଏ ମ୍ୟାଚ୍ ଡ୍ର ରହିଛି। ଏହି ମୁକାବିଲା ବହୁତ ରୋଚକ ହେବ ବୋଲି ଆଶା କରାଯାଉଛି। କାରଣ ଭାରତ ସିରିଜ୍  ଜିତିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। କିନ୍ତୁ ବେନ ଷ୍ଟୋକ୍ସଙ୍କ ନେତୃତ୍ଵାଧୀନ ଇଂଲଣ୍ଡ ଏହି ଟେଷ୍ଟ  ଜିତି ସିରିଜ୍ ଡ୍ର କରିବାକୁ ଲକ୍ଷ୍ୟ ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com