କ୍ରୀଡ଼ା

ଘରେ ନ ଜଣାଇ ବିବାହ କରିଥିଲେ ଗାଙ୍ଗୁଲି ଓ ଡୋନା, ଜାଣନ୍ତୁ ଦାଦାଙ୍କ ପ୍ରେମ କାହାଣୀ

ଦୁଇ ପରିବାର ମଧ୍ୟରେ ଥିଲା ଅହି ନକୁଳ ସମ୍ପର୍କ

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ସୌରଭ ଗାଙ୍ଗୁଲି ଓରଫ ଦାଦା ଭାରତୀୟ କ୍ରିକେଟ ଇତିହାସର ଏକ ଜାଜୁଲ୍ୟମାନ ଚେହେରା । ତାଙ୍କ କ୍ୟାପଟେନସିପରେ ହିଁ ନୂତନ ଭାରତର ଅଭ୍ୟୁଦୟ ହୋଇଥିଲା କ୍ରିକେଟ ଦୁନିଆରେ । ଦାଦା ଶିଖାଇଥିଲେ କେମିତି ବିଦେଶୀ ମାଟିରେ ମ୍ୟାଚ ଜିତି ହୁଏ। ଗାଙ୍ଗୁଲି ଖୁବ ଆଗ୍ରେସିଭ ଆଉ ରିଭେଞ୍ଜ ମାଇଣ୍ଡେଡ । ଲର୍ଡସରେ ଅନୁଷ୍ଠିତ ନେଟୱେଷ୍ଟ ଟ୍ରଫି ଫାଇନାଲରେ ଦାଦାଙ୍କ ସାର୍ଟ ଖୋଲି ସେଲିବ୍ରେଟ କରିବା କହିଦିଏ ଦାଦାଙ୍କ ଆଟିଟ୍ୟୁଡ କେମିତି । ଦର୍ଶକବନ୍ଧୁ ଗ୍ରାଉଣ୍ଡ ଭିତରେ ଦାଦା ଯେତିକି ଡେୟାରିଂ ରିଅଲ ଲାଇଫରେ ତାଠାରୁ ଅଧିକ ଦାମ୍ଭିକ ଆଉ ସାହାସୀ । ପ୍ରେମ ମାମଲାରେ ବି ଦାଦା ଥିଲେ ପୁରା ଏକ୍ସପର୍ଟ । ଦାଦାଙ୍କ ପ୍ରେମ କାହଣୀ ଶୁଣିଲେ ଆପଣ ବି କହିବେ ଦାଦାଙ୍କ ଡେୟାରିଂ ବାପରେ ବାପ ଏ ତ କୌଣସି ସିନେମା ଠାରୁ ବି କମ ନୁହେଁ । ତେବେ ଡେରି ନକରି ଆସନ୍ତୁ ଜାଣିିବା କେମିତି ଥିଲା ଦାଦାଙ୍କ ପ୍ରଥମ ପ୍ରେମ ।

ପଡିଶା ଘର ଝିଅ ହିଁ ଥିଲା ଦାଦାଙ୍କ ପ୍ରଥମ ପ୍ରେମ । ସ୍କୁଲ ସମୟରୁ ହିଁ ଆରମ୍ଭ ହୋଇଥିଲା ଦାଦାଙ୍କ ପ୍ରେମ କାହାଣୀ । ୧୪ ବର୍ଷ ବୟସରଙ୍କ ହିଁ ଦାଦାଙ୍କ ଦେହରେ ଲାଗିତିଲା ପ୍ରେମର ରଙ୍ଗ । କିନ୍ତୁ ବଡ କଥା ଝିଅ ଘର ପରିବାର ସହିତ ତାଙ୍କ ପରିବାରର ଥିଲା ଅହି ନକୁଳ ସଂପର୍କ । ଆଉ ତାରି ଭିତରେ ଦାଦା ପଡିଶା ଘରର ଝିଅ ଡୋନାଙ୍କୁ ଇମ୍ପ୍ରେସ କରିବା ପାଇଁ ବିଭିନ୍ନ ପ୍ରକାର ହରକତ କରିବା ଆରମ୍ଭ କରି ଦେଇଥିଲେ । କାଳେ କିଏ ଦେଖି ଦେବ ବୋଲି କଥା ସିନା ହୋଇ ପାରନ୍ତିନି ହେଲେ ଆଖିରେ ଆଖିରେ ଆରମ୍ଭ ହେଲା ଭାବ ଦିଆନିଆ । ଡୋନା ସେତେବେଳେ ଓଡିଶୀ ଶିଖୁଥାନ୍ତି ଆଉ ଦାଦା ପଡିଆରେ ଯାଇ ଖେଳ ପ୍ରାକ୍ଟିସ କରୁଥାନ୍ତି । ପଡିଶା ଘର ହୋଇ ଥିବାରୁ ପ୍ରାୟ ସମୟରେ ଦୁହେଁ ଦେଖା ହୁଅନ୍ତି । ଆଉ ଶେଷରେ ଡୋନା ବି ଗାଙ୍ଗୁଲିଙ୍କ ପ୍ରେମ ପ୍ରସ୍ତାବରେ ରାଜି ହୋଇଯାନ୍ତି । କିନ୍ତୁ ଉଭୟଙ୍କ ପରିବାରର କେହି ଏ ବିଷୟରେ କିଛି ବି ଜାଣି ନଥାନ୍ତି । ଲୁଚାଚୋରାରେ ଦେଖା ସାକ୍ଷାତ ଆଉ ଲୁଚା ଚୋରାରେ ମନ ଦିଆନିଆ ଚାଲେ ବେଶ କିଛି ଦିନ ଧରି । ତେବେ ଏଇ ଚୋରା ପିରତି କେତେବେଳେ ନିବିଡ ସଂପର୍କରେ ପରିଣତ ହୋଇଗଲା ସେକଥା ସେ ଦୁହେଁ ନିଜେ ବି ଜାଣି ପାରିନଥିଲେ । କିନ୍ତୁ ଉଭୟଙ୍କ ପରିବାର ବାଧକ ସାଜିଥିଲେ ସେମାନଙ୍କ ପ୍ରେମ ପଥରେ ।

ଏହାରି ଭିତରେ ଦାଦା ଟିମ ଇଣ୍ଡିଆରେ ୱାନଡେ ପାଇଁ ଡେବ୍ୟୁ କରନ୍ତି ସତ କିନ୍ତୁ କିଛି ଦିନ ପରେ ପୁଣି ବସିବାକୁ ପଡେ । ଏମିତି ଗୋଟେ ଯୋଡେ ମ୍ୟାଚ ପାଇଁ ଡ୍ରପ ହୁଅନ୍ତିନି ସେ । ୧୯୯୨ରେ ଡେବ୍ୟୁ କରିଥିବା ଗାଙ୍ଗୁଲି ପୁଣି ୧୯୯୬ରେ ଟେଷ୍ଟ ଖେଳିବାର ସୂଯୋଗ ପାଅନ୍ତି । ଏହାରି ଭିତରେ କଟିଥିବା ୪ ବର୍ଷ ଖୁବ ସଂଘର୍ଷପୁର୍ଣ୍ଣ ଥିଲା ଗାଙ୍ଗୁଲିଙ୍କ ପାଇଁ । ଦିନରାତି ପ୍ରବଳ ପରିଶ୍ରମ କରୁଥାନ୍ତି ଦାଦା ତଥାପି କୌଣସି ସଫଳତା ମିଳୁ ନଥାଏ । ଏଇ ସମୟରେ ମନେ ମନେ ଖୁବ ଭାଙ୍ଗି ପଡିଥିଲେ ଗାଙ୍ଗୁଲି କିନ୍ତୁ ସେଇ ଅସମୟରେ ଗାଙ୍ଗୁଲିଙ୍କୁ ବଳ ଦେଇଥିଲେ ଡୋନା । ମେଣ୍ଟାଲି ଖୁବ ସପୋର୍ଟ କରିବା ସହ ଦାଦାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ବି ଦେଇଥିଲେ । ଆଉ ଟେଷ୍ଟ ଡେବ୍ୟୁର ପ୍ରଥମ ମ୍ୟାଚରେ ଧୁଆଁଧାର ଶତକ ମାରି ରାତାରାତି ଷ୍ଟାର ପାଲଟି ଯାଇଥିଲେ ଦାଦା । ଲର୍ଡସରେ ପୁଣି ଇଂଲଣ୍ଡ ବିପକ୍ଷରେ ଶତକ ମାରିବା ସେ ସମୟରେ ବହୁତ ବଡ କଥା ଥିଲା । କାହାକୁ କହି ନପାରିଲେ ବି ଦାଦା ତାଙ୍କ ପ୍ରଥମ ଶତକକୁ ମନେ ମନେ ଡୋନାଙ୍କୁ ହିଁ ସମର୍ପଣ କରିଦେଇଥିଲେ । ଇଂଲଣ୍ଡରୁ ଫେରିବା ପରେ ଦାଦା ଡୋନାଙ୍କୁ ଉପହାର ସଦୃଶ ବିବାହର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଦୁଇ ପରିବାରର ସଂପର୍କକୁ ଦେଖି ତାହା କେବେ ସମ୍ଭବ ନଥିଲା । ତେଣୁ ଦାଦା କାହାକୁ କିଛି ନଜଣାଇ ୧୯୯୬ ମସିହା ଅଗଷ୍ଟ ମାସରେ ସିଧା ଚାଲିଥିଲେ କୋର୍ଟକୁ ରେଜେଷ୍ଟ୍ରି ମ୍ୟାରେଜ କରିବା ପାଇଁ । କିନ୍ତୁ ଏ ଖବର ମିଡିଆକୁ ଜଣା ପଡିଯିବା ପରେ ସବୁ ରିପୋର୍ଟର ଧାଇଁଥିଲେ କୋର୍ଟକୁ ଆଉ ମିଡିଆ ଦେଖି ଦାଦା ଡୋନାଙ୍କୁ ଧରି ସେଠାରୁ ଉଡନ ଛୁ । ଏହାପରେ ବେଶ କିଛି ଦିନ ଉଭୟ ବେଶ ଜଗି ରଖି ଚଳିବା ସହ ଲୁଚାଚୋରାରେ ଦେଖା କରୁଥିଲେ । ଏହାପରେ ଗାଙ୍ଗୁଲି ତାଙ୍କର ଜଣେ ଘନିଷ୍ଠ ସାଙ୍ଗଙ୍କ ଘରେ କାହାକୁ ନଜଣାଇ ଡୋନାଙ୍କୁ
ବିବାହ କରି ନେଇଥିଲେ । ଏ ବିବାହ ବିଷୟରେ ଦୁଇ ପରିବାରର କାହାକୁ ବି ଟିକେ ସୁରାଗ ମିଳି ନଥିଲା ।

କିନ୍ତୁ ଏ ଖବର ବେଶି ଦିନ ଲୁଚି ରହିପାରିଲା ନାହିଁ । ଆଉ ଏ ଖବର ପ୍ରଘଟ ହେବା ପରେ ଦୁଇ ପରିବାର ଭିତରେ ନିଆଁ ଲାଗି ଯାଇଥିଲା । ସମୟକ୍ରମେ ଦୁଇ ପରିବାର ରାଗ ରୁଷା ଭୁଲି ଉଭୟଙ୍କ ବିବାହକୁ ସ୍ୱୀକୃତି ଦେଇଥିଲେ । ଏବଂ ପରେ୧୯୯୭ ଫେବୃଆରୀରେ ୨୧ରେ ଦୁଇ ପରିବାର ସହ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଦାଦା ଓ ଡୋନାଙ୍କ ବିବାହ ସମ୍ପନ୍ନ ହୋଇଥିଲା ଏବଂ ୨୦୦୧ ନଭେମ୍ବରରେ କନ୍ୟା ସନ୍ତାନ ଲାଭ କରିଥିଲେ ଏଇ ହାଇ ପ୍ରୋଫାଇଲ କପଲ । ଏବେ ଆପଣ ଜାଣି ପାରୁଥିବେ ଦାଦା କେବଳ କ୍ରିକେଟ ଗ୍ରାଉଣ୍ଡ ଭିତରେ ଦାଦା ନଥିଲେ ଲଭ ଲାଇଫରେ ବି ଦାଦାଙ୍କ ଦାଦାଗିରି ଡୋନାଙ୍କୁ ନିଜର କରିଥିଲା ।

କ୍ରିକେଟ ଦୁନିଆର ଏମିତି ଅଜଣା ତଥା ରୋମାଞ୍ଚକର କାହାଣୀ ଜାଣିବା ପାଇଁ ଆମ ପୋର୍ଟାଲ୍ ଭିଜିଟ୍ କରୁଥାନ୍ତୁ ଓ ଆମ ଚାନେଲକୁ ଲାଇକ ଏବଂ ସବସ୍କ୍ରାଇବ କରନ୍ତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com