Breaking NewsFeaturedକ୍ରୀଡ଼ା

‘ମୋଦି’ ଷ୍ଟାଡିୟମକୁ ଆସିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ୨୦ବର୍ଷ ପରେ ବଦଲା ନେବ ଭାରତ ।

ଏଥର ବିଶ୍ୱକପ ଭାରତର । ୨୦୦୩ର ବଦଲା ୨୦୨୩ରେ ନିଆଯିବ । ଟ୍ରଫି ଆଣି ପୁଣି ଇତିହାସ ରଚିବ ବ ଟିମ୍ ଇଣ୍ଡିଆ । ସୁପରସଣ୍ଡେରେ ହେବ ସୁପର ସୋ । ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ନରେନ୍ଦ୍ର ମୋଦି ଷ୍ଟିଡିୟମରେ ଏହି ୨ଶକ୍ତିଶାଳୀ ଦଳ ମଧ୍ୟରେ ହେବ ମହାମୁକାବିଲା । ୨୦ବର୍ଷ ପରେ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଚଳିତ ଥର ଅପରାଜୟ ଥିବା ଭାରତ ଓ ୫ଥର ବିଶ୍ୱକପ ବିଜେତା -ଅଷ୍ଟ୍ରେଲିଆ । ତେଣୁ ଏହି ମ୍ୟାଚରେ କଙ୍ଗାରୁ ଦଳକୁ ହରାଇ ପୂର୍ବ ପ୍ରତିଶୋଧ ନେବା ଲକ୍ଷରେ ରୋହିତ ବାହିନୀ । ତେବେ ଏହି ମ୍ୟାଚ ଦେଖିବାକୁ ମୋଦି ଷ୍ଟାଡିୟମକୁ ଆସିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ।

ଚଳିତ ବିଶ୍ବକପ୍ ଲିଗ୍ ପର୍ୟ୍ୟାୟରେ ଭାରତ ନିଜର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ସାମ୍ନା କରିଥିଲା । ଆଉ ୬ ୱିକେଟରେ କଙ୍ଗାରୁ ଟିମକୁ ପାଣି ପିଆଇ ଦେଇଥିଲା ଭାରତୀୟ ଟିମ୍ । ପୂର୍ବରୁ ୨୦୦୩ ବିଶ୍ବକପ୍ ଫାଇନାଲରେ ଉଭୟ ଟିମ୍ ପରସ୍ପରକୁ ଭେଟିଥିଲେ । ସେତେବେଳେ ଅଷ୍ଟ୍ରେଲିଆ ୧୨୫ରନରେ ଭାରତକୁ ମାତ୍ ଦେଇଥିଲା । ହାତେଇ ନେଇଥିଲା ବିଶ୍ବକପ୍ ଟ୍ରଫି । ଏଥର ଟ୍ରଫି ଜିତି ଭାରତ ତାର ବଦଲା ନେବାକୁ ନିହାତି ଚାହିଁବ । ଭାରତ ତୃତୀୟଥର ପାଇଁ ବିଶ୍ବକପ୍ ଟାଇଟଲ ପାଇଁ ମୈଦାନକୁ ଓହ୍ଲାଇଛି । ପୂର୍ବରୁ ୧୯୮୩ ଏବଂ ୨୦୧୧ରେ ଦଳ ଚାମ୍ପିଅନ୍ ହୋଇସାରିଛି ।
ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଟ୍ୱିଷ୍ଟ । ଭାରତ ପାକିସ୍ତାନ ସଂଘର୍ଷ ଭିତରେ ସବୁବେଳେ ଅସହିଷ୍ଣୁ ହୋଇପଡୁଛି ପାକିସ୍ତନ । ଯାହାର ଉଦାହରଣ ଖେଳରେ ବି ଦେଖିବାକୁ ମିଳିଛି । ପାକିସ୍ତାନୀ ଅଭିନେତ୍ରୀ ସେହର ସିନୱାରୀ ଭାରତର ଅପାରଜେୟ ଯାତ୍ରାକୁ ଡାଇଜେଷ୍ଟେ କରିପାରି ନାହାନ୍ତି ।

ଏକଦା ବାଂଲାଦେଶ ଯଦି ଭାରତକୁ ହରାଇ ଦିଏ ତେବେ ବାଂଲାଦେଶ ସହ ଡେଟିଂ ଯିବା କହି ଟ୍ରୋଲର ଶିକାର ହୋଇଥିଲେ ଏହି ଅଭିନେତ୍ରୀ । ତେବେ କେବଳ ଅଭିନତ୍ରୀ ନୁହନ୍ତି ଜଣେ ଜର୍ଣ୍ଣାଲରିଷ୍ଟ ମଧ୍ୟ କେଉଁ ଭଲି ଭାରତ ପ୍ରତି ମନୋଭାବ ରହିଛନ୍ତି ଦେଖନ୍ତୁ । ସେ ଲେଖିଛନ୍ତି ଏହି ପିକ୍ଚରକୁ ମନେରଖ, କି ସେମିରେ ଭାରତ ପ୍ରବେଶ କରିପାରିବ ନାହିଁ । ସେତେବେଳେ ମୁଁ ଇଣ୍ଡିଆକୁ ବାଏ ବାଏ କହିବି । ତେବେ ତାଙ୍କର ଏହି କଥାର କଡା ଜବାବ ଦେଇଛନ୍ତି ଭାରତୀୟ କ୍ରିକେଟର ବିରେନ୍ଦ୍ର ସେୱାଗ । ସେ କହିଛନ୍ତି ପାକିସ୍ତାନ ଜିନ୍ଦାଭାଗ । ହାଭ ଏ ସେଭ୍ ଫ୍ଲାଇଟ ବ୍ୟାକ ହୋମ ।

Related Articles

Back to top button
WP Twitter Auto Publish Powered By : XYZScripts.com