କ୍ରୀଡ଼ା

କେଏଲ ରାହୁଲ ଦିନିକିଆ ଦଳ ପାଇଁ ଓପନିଂ ବ୍ୟାଟସମ୍ୟାନ ନା ମଧ୍ୟ କ୍ରମ ବ୍ୟାଟସମ୍ୟାନ : ପୂର୍ବତନ କ୍ରିକେଟର ଅଜିତ୍ ଅଗରକର

ନୂଆଦିଲ୍ଲୀଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳର ଉପ ଅଧିନାୟକ କେଏଲ ରାହୁଲ ଦିନିକିଆ ଦଳ ପାଇଁ ଓପନିଂ ବ୍ୟାଟସମ୍ୟାନ ନା ମଧ୍ୟ କ୍ରମ ବ୍ୟାଟସମ୍ୟାନ। ଏହା ପ୍ରଥମେ ସ୍ପଷ୍ଟ କରିବା ଉଚିତ୍ ବୋଲି କହିଛନ୍ତି ଭାରତର ପୂର୍ବତନ ଦ୍ରୁତ ବୋଲର ଅଜିତ୍ ଅଗରକର। ଭାରତୀୟ ଦଳ ଫେବୃଆରୀ ୬ରୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ଖେଳିବାକୁ ପ୍ରସ୍ତୁତି କରୁଛି। ଏହାପରେ ଫେବୃଆରୀ ୧୬ରୁ କୋଲକାତାର ଇଡେନ ଗାର୍ଡେନ୍ସରେ ଟି-୨୦ ସିରିଜ୍ ଖେଳିବ।

ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ ଅଜିତ୍ ଅଗରକର କହିଛନ୍ତି, ଦଳ ପ୍ରବନ୍ଧକଙ୍କୁ ପ୍ରଥମେ ଏହା ସ୍ଥିର କରିବା ଉଚିତ୍ ଯେ,  କେଏଲ ରାହୁଲ ସୀମିତ ଓଭର ଦଳରେ ଓପନିଂ ବ୍ୟାଟସମ୍ୟାନ ନା ମଧ୍ୟକ୍ରମ ବ୍ୟାଟସମ୍ୟାନ। କାରଣ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ଓପନିଂ କରିଥିଲେ, ଯାହା ମୋ ପାଇଁ କିଛିଟା ନିରାଶଜନକ ଥିଲା। କାରଣ ସେ ନମ୍ବର ୪ ଏବଂ ୫ରେ ବହୁତ ସଫଳ ହୋଇଛନ୍ତି। ସେ ଏହି ଭୂମିକାରେ ହିଁ ରାହୁଲଙ୍କୁ ଦେଖିବାକୁ ଚାହୁଁଥିଲେ ବୋଲି ଅଗରକର କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଯଦି ଏମିତି ହେବାକୁ ଯାଉନାହିଁ, ତେବେ ଆପଣଙ୍କୁ ନିଜ ନିର୍ଣ୍ଣୟରେ ଦୃଢ ରହିବା ଉଚିତ୍। ଯଦି ଆପଣ ଓପନିଂ ବ୍ୟାଟସମ୍ୟାନ ହେବାକୁ ଯାଉଛନ୍ତି ତେବେ ଦିନିକିଆ ସିରିଜ୍‌ରେ ରୋହିତ ଶର୍ମାଙ୍କ ସହିତ ଇନିଂସ ଆରମ୍ଭ କରି ପାରନ୍ତି। ତେଣୁ ଏହା ଦେଖିବା ରୋଚକ ହେବ ଯେ, ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ କିଏ ଓପନିଂ କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com