କ୍ରୀଡ଼ା

୩୪ ବର୍ଷରେ ପହଁଞ୍ଚିଲେ ବିରାଟ କୋହଲି

ଭୁବନେଶ୍ୱର, ୦୫/୧୧/୨୦୨୨ –  ଭାରତୀୟ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଶନିବାର ୩୪ ବର୍ଷ ବୟସ ହୋଇଛି । ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପରେ ଖେଳୁଛନ୍ତି । କୋହଲି ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଚମତ୍କାର ବ୍ୟାଟିଂ କରିଛନ୍ତି । ସାରା ବିଶ୍ୱରୁ ପ୍ରଶଂସକମାନେ ବିରାଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

ବିସିସିଆଇ ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋହଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିସିସିଆଇ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ କୋହଲିଙ୍କ ଛବି ସେୟାର କରି ଲେଖିଛନ୍ତି – ୪୭୭ ଆନ୍ତର୍ଜାତୀୟ ମ୍ୟାଚ୍ । ୨୪୩୫୦ ରନ୍ । ୨୦୧୧ ଆଇସିସି ବିଶ୍ୱକପ୍ ଏବଂ ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା । ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ।

 

Related Articles

Back to top button
WP Twitter Auto Publish Powered By : XYZScripts.com