କ୍ରୀଡ଼ା

ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ : ଅଧିନାୟିକା ସବିତା , ଦୀପଗ୍ରେସ୍‌ ଏକ୍କା ଉପ ଅଧିନାୟିକା

ନୂଆଦିଲ୍ଲୀ, 24/06/22 :  ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଗୁରୁବାର  ଭାରତୀୟ ମହିଳା ହକି ଦଳ ନାମ ତାଲିକା ଘୋଷଣା କରାଯାଇଛି । ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଗୋଲ ରକ୍ଷକ ସବିତା ପୁନିଆ ଅଧିନାୟିକା ଓ ଦୀପଗ୍ରେସ ଏକ୍କା ଉପ ଅଧିନାୟିକା ନିଯୁକ୍ତ ହୋଇଛନ୍ତି ।ତେବେ ଆହତ ଜନିତ କାରଣ ନେଇ ଭାରତୀୟ ଦଳରୁ ବାଦବାଦ ପଡିଛନ୍ତି ଟୋକିଓ ଅଲିମ୍ପିକ୍ସ ଅଧିନାୟିକା ରାନୀ ରାମପାଲ।  ହକି ଇଣ୍ଡିଆ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ମ୍ୟାଚ ଖେଳିବା ପାଇଁ ଶତ ପ୍ରତିଶତ ଫିଟ୍‌ ହୋଇ ନାହାନ୍ତି । ତେଣୁ ଆହତ ଅବସ୍ଥାରେ ପୁଣି ଖେଳିଲେ ଅଧିକ ଜଟିଳ ସମସ୍ୟା ଉପୁଜିବା ଆଶଙ୍କା ଥିବାରୁ ରାନୀ ରାମପାଲଙ୍କୁ ବିଶ୍ୱକପ ଓ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଦଳରେ ସାମିଲ କରାଯାଇ ନାହିଁ । ତେଣୁ  ସୂଚନା ଯୋଗ୍ୟ ଯେ ଆସନ୍ତା ଜୁଲାଇ ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ପେନ ଓ ହଲାଣ୍ଡରେ ମହିଳା ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଥିବାବେଳେ, ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ରାଜ୍ୟଗୋଷ୍ଠୀ କ୍ରୀଡା ଅନୁଷ୍ଠିତ ହେବ । ତେବେ ବିଶ୍ୱକପ ପାଇଁ ଗଠିତ ଭାରତୀୟ ଦଳରେ କେବଳ ତିନି ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇ ରାଜ୍ୟଗୋଷ୍ଠୀ ଦଳ ଗଠନ ହୋଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା ହକି ଦଳ – ସବିତା ପୁନିଆ (ଗୋଲ ରକ୍ଷକ /ଅଧିନାୟିକା), ଡିଫେଣ୍ଡର- ଦୀପଗ୍ରେସ ଏକ୍କା (ଉପ ଅଧିନାୟିକା ), ରଜନୀ ଏଟିମାପୁ, ସୁଶିଳା ଚାନୁ, ଗୁରଜିତ କୌର, ଉଦିତା, ନବଜୋତ କୌର, ଫରୱାର୍ଡ- ବନ୍ଦନା କାଟାରିୟା, ମିଡ୍ଫିଲଡର-ନିଶା,ପୁଖରାମି ମୋନିକା, ନେହା, ଜ୍ୟୋତି, ନିକି ପ୍ରଧାନ, ଲାଲରେମସିଆମି, ନବନିତ କୌର, ଶର୍ମିଳା ଦେବୀ, ସଂଙ୍ଗୀତା କୁମାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com