କ୍ରୀଡ଼ା

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଦଳରେ ୩ ଓଡ଼ିଆ

 ଭୁବନେଶ୍ୱର, ୨୫ /୦୮/୨୦୨୨-  ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ପାଇଁ ୨୯ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରାଯାଇ ଥିବାବେଳେ ଓଡ଼ିଶାରୁ ୩ ଜଣଙ୍କୁ ସ୍ଥାନ ମିଳିଛି । ସେମାନେ ହେଉଛନ୍ତି ଜାଫର ଇକ୍‌ବାଲ, ନକୁଳ ବଡ଼ନାୟକ ଓ ସୁଖରାମ ମାଝୀ । ବିଶ୍ୱକପ୍‌ରେ ଆୟୋଜକ ଭାରତ ସହ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଓ ପାକିସ୍ତାନ ଅଂଶଗ୍ରହଣ କରିବେ ।

ଚଳିତ ବର୍ଷ ଡିସେମ୍ବର ୫ରୁ ଦୃଷ୍ଟିହୀନ ଟ୍ୱେଣ୍ଟି- ୨୦ ବିଶ୍ୱକପ୍‌ ଭାରତରେ ଖେଳାଯିବ । ଏଥିଲାଗି ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କ୍ୟାବି) ପ୍ରସ୍ତୁତ ହେଲାଣି । ଆଗାମୀ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ପାଇଁ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ଭୋପାଳଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com