କ୍ରୀଡ଼ା

ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁଭମନ ଗିଲଙ୍କ ଦ୍ୱିଶତକ

ଭୁବନେଶ୍ୱର, ୧୮/୦୧/୨୦୨୩ –    ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି ଭାରତୀୟ ଓପନର ଶୁଭମନ ଗିଲ୍ । ଗୋଟିଏ ପଟେ ଲଗାତାର ଉଇକେଟ୍ ଯାଉଥିବା ବେଳେ ଅନ୍ୟପଟେ ଗିଲ୍ ଧୌର୍ଯ୍ୟର ସହିତ ଖେଳି ଦ୍ୱିଶତକ ପୂରଣ କରିଥିଲେ । ତେବେ ଏହାକୁ ସେ ବୀରେନ୍ଦ୍ର ସେହବାଗଙ୍କ ଶୈଳୀରେ ଛକା ମାରି ପୂରଣ କରିଥିଲେ ।

ଏହି ଇନିଂସରେ ସେ ମାତ୍ର ୧୪୯ଟି ବଲ ଖେଳି ୧୯ଟି ଚୌକା ଏବଂ ୯ଟି ଛକା ସହାୟତାରେ ୨୦୮ କରି ଆଉଟ ହୋଇଥିଲେ । ଏହି ବିରଳ ସଫଳତା ପାଇବାରେ ସେ ଭାରତୀୟଙ୍କ ମଧ୍ୟରେ ପଞ୍ଚମ ଖେଳାଳି ହୋଇଛନ୍ତି । ଏହି ଦ୍ୱିଶତକ ସହାୟତାରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଵିକେଟ ହରାଇ ୩୪୯ ରନ କରିଛି ।

ଏହା ସହିତ ଶୁଭମନ, ବିରାଟ କୋହଲି ଏବଂ ଶିଖର ଧାବନଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ଦିନିକିଆରେ ୧୯ ଇନିଂସରେ ୧୦୦୦ ରନ୍ ସଂଗ୍ରହ କରି ସେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଇମାମ-ଉଲ୍‌-ହକ୍‌ଙ୍କ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି ।

ଏହାଦ୍ୱାରା ସେ ଭିଭିଆନ ରିଚାର୍ଡ୍ସ , କେଭିନ୍ ପିଟରସନ୍‌, ଜୋନାଥନ ଟ୍ରଟ୍‌, କ୍ୱିଣ୍ଟନ ଡିକକ୍ ଏବଂ ବାବର ଆଜାମଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com