କ୍ରୀଡ଼ା

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଅମିତ ରୋହିଦାସ ସମ୍ମାନିତ

 ଭୁବନେଶ୍ୱର, ୧୯/୦୮/୨୦୨୨-   ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଶୁକ୍ରବାର ରେଳ ସଦନ ଠାରେ  ବରିଷ୍ଠ କ୍ରୀଡ଼ା ଅଧିକାରୀ ତଥା ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ସମ୍ମାନିତ କରିଛନ୍ତି । ରେଳପଥ କ୍ରୀଡା ସଂଗଠନର ସଭାପତି ପୋଦ୍ଦାର, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ ମହାପ୍ରବନ୍ଧକଙ୍କ ସଚିବ ଶ୍ରୀ ବିଶ୍ୱଜିତ ଭୋଇଙ୍କ ଉପସ୍ଥିତିରେ ଅମିତ ଏହି ସମ୍ମାନ ଗ୍ରହଣ କରିଥିଲେ । ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ  ଅମିତ ନିକଟରେ ଶେଷ ହୋଇଥିବା କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତି ଦେଶ ସହିତ ଭାରତୀୟ ରେଳବାଇ ପାଇଁ ଗୌରବ ଆଣିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com