କ୍ରୀଡ଼ା

IND vs SL: ପ୍ରଥମ ଦିନରେ ଭାରତର ଦମଦାର ବ୍ୟାଟିଂ, ଚମକିଲେ ଋଷଭ ପନ୍ତ, ସ୍କୋର ୩୫୭/୬

ମୋହାଲି() ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ(ପିସିଏ) ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ  ଭାରତର ସ୍ଥିତି ମଜବୁତ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ବ୍ୟାଟସମ୍ୟାନଙ୍କ ସାମୂହିକ ଉପଯୋଗୀ ବ୍ୟାଟିଂ ବଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୩୫୭ ରନ କରିଛି। ରବୀନ୍ଦ୍ର ଜାଡେଜା ୪୫ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୧୧ ରନ କରି ଅପରାଜିତ ଅଛନ୍ତି। ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୯୬ ରନ କରିଛନ୍ତି। ହନୁମା ବିହାରୀ ୫୮ ରନର ଇନିଂସ ଖେଳିଥିବା ବେଳେ ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ବିରାଟ କୋହଲି ୪୫ ରନ କରିଛନ୍ତି। ହାତରେ ଆହୁରି ୪ ଓ୍ଵିକେଟ୍ ଥିବା ବେଳେ ବଡ ସ୍କୋର କରିବା ଦିଗରେ ଅଗ୍ରସର ହେଉଛି ଭାରତ। ଶ୍ରୀଲଙ୍କା ପକ୍ଷରୁ ଲସିଥ ଏମ୍ବୁଲଦେନିଆ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com