କ୍ରୀଡ଼ା

କ୍ରିକେଟକୁ ବାଏ ବାଏ କଲେ ବନିତା, କହିଲେ- ‘ହୃଦୟ କହୁଛି ଖେଳିବାକୁ କିନ୍ତୁ ଶରୀର ରାଜି ନାହିଁ’…

ନୂଆଦିଲ୍ଲୀ() ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟର ବି. ଆର. ବନିତା ଅବସର ଘୋଷଣା କରିଛନ୍ତି । ୩୧ ବର୍ଷୀୟା ଏହି କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ସେ ଟ୍ୱିଟରରେ ଏନେ ସୂଚନା ଦେଇଛନ୍ତି ।

ଟ୍ୱିଟରେ ସେ ସାଥି ଖେଳାଳି ଝଲନ ଗୋସ୍ୱାମୀ ଓ ମିତାଲି ରାଜଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଭୟ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ । ଏହାବ୍ୟତୀତ ନିଜ ପରିବାର ସଦସ୍ୟ, ବନ୍ଧୁ, ଟିମ୍‌ର ଅନ୍ୟ ଖେଳାଳିଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

ଏହାସହ ବନିତା କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ କ୍ରିକେଟ ବୋର୍ଡକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ଦୁଇ ଦଳ ପାଇଁ ବନିତା ଖେଳିଥିଲେ । ଏନେଇ ସେ କହିଛନ୍ତି ଯେ, ୧୯ ବର୍ଷ ପୂର୍ବରୁ ସେ ଛୋଟ ଥିବା ବେଳେ ଖେଳିବା ଆରମ୍ଭ କରିଥିଲେ । କ୍ରିକେଟ ପ୍ରତି ତାଙ୍କର ଆଜି ବି ଭଲ ପାଇବା ରହିଛି । ହୃଦୟ ଖେଳ ଜାରି ରଖିବାକୁ କହୁଛି । କିନ୍ତୁ ଶରୀର ସାଥ୍ ଦେଉ ନାହିଁ । ସେ ଶରୀର କଥା ଶୁଣିବାକୁ ଚାହିଁଛନ୍ତି । ତେଣୁ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିବା ପ୍ରକାଶ କରିଛନ୍ତି ବନିତା ।

Related Articles

Back to top button
WP Twitter Auto Publish Powered By : XYZScripts.com