କ୍ରୀଡ଼ା

ଜୋଶ୍ ଏବେ ବି ଅଛି : ଆଇପିଏଲରେ ମାହିଙ୍କ ମାଇଲଷ୍ଟୋନ୍, ବିରାଟ-ରୋହିତଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ଫ୍ୟାନ୍ ରହିଛନ୍ତି । ତାଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ପସନ୍ଦ । ତେବେ ଗୁରୁବାର ଲକ୍ଷ୍ନୌ ବିପକ୍ଷ ଏକ ମୁକାବିଲାରେ ଧୋନୀ ମାତ୍ର ୧୬ ରନ୍ କରି ଏକ ବଡ ଉପଲବ୍ଧି ହାସଲ କରିଛନ୍ତି ।
ଲକ୍ଷ୍ନୌ ବିପକ୍ଷରେ ଧୋନୀ ୬ ବଲରୁ ୧୬ ରନ୍ କରିଥିଲେ । ସେ କ୍ରିଜକୁ ଆସିବା ପରେ ପ୍ରଥମ ବଲରୁ ଛକା ମାରିଥିଲେ । ନିଜ ପୁରୁଣା ଅନ୍ଦାଜରେ ଧୋନୀ ବ୍ୟାଟିଂ କରିଥିଲେ । ଏହାସହ ସେ ଅନ୍ତର୍ଜାତୀୟ, ଘରୋଇ ଓ ଆଇପିଏଲ ଟି୨୦ ଫର୍ମାଟରେ ୭୦୦୦ ରନ୍ ପୂରଣ କରିଛନ୍ତି । ସେ ମୋଟ୍ ୩୪୯ ଟି୨୦ ମ୍ୟାଚ୍ ଖେଳି ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଏପରି ରେକର୍ଡ କରିଥିବା ସେ ହେଉଛନ୍ତି ପ୍ରଥମ ଓ୍ୱିକେଟ୍ କିପର ।
୭୦୦୦ ରନ୍ ପୂରଣ କରିବା ପରେ ଧୋନୀ ଷଷ୍ଠ ବ୍ୟାଟର ଭାବେ ଏହି ମାଇଲଷ୍ଟୋନ୍ ପ୍ରତିଷ୍ଠା କରିଛନ୍ତି । ଏହାପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାଓ୍ୱନ, ସୁରେଶ ରାଇନା ଓ ରବିନ ଉଥାପ୍ପା ଏହି କାରନାମା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୨ ଆଇପିଏଲ ପୂର୍ବରୁ ସେ ସିଏସକେର ନେତୃତ୍ୱ ଛାଡିଥିଲେ । ତାଙ୍କ ବଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଭାର ମିଳିଥିଲା ।ତେବେ ଧୋନୀ ସିଏସକେକୁ ଏବେସୁଦ୍ଧା ୪ଥର ଚାମ୍ପିଅନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com