କ୍ରୀଡ଼ା

କଟକରେ ଖେଳାଯିବ ଲିଜେଣ୍ଡ ଲିଗ୍ ମ୍ୟାଚ୍

ନୂଆଦିଲ୍ଲୀ ୨୪/୦୮/୨୦୨୨-   କଟକରେ ଖେଳାଯିବ ଲିଜେଣ୍ଡ ଲିଗ୍ ମ୍ୟାଚ୍ । ଲିଜେଣ୍ଡ ଲିଗ୍ କ୍ରିକେଟ୍ ପକ୍ଷରୁ ସେପ୍ଟେମ୍ବର ମାସରେ ହେବାକୁ ଥିବା ଏହାର ଆଗାମୀ ସିଜନ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ତାରିଖର ଘୋଷଣା କରାଯାଇଛି । ଯେଉଁଥିରେ ପାଞ୍ଚଟି ସହର ମଧ୍ୟରେ କଟକ, କୋଲକାତା, ନୂଆଦିଲ୍ଲୀ, ଲକ୍ଷ୍ନୌ ଏବଂ ଯୋଧପୁର ରହିଥିବାବେଳେ ପ୍ଲେ-ଅଫ୍ ସ୍ଥାନ ଘୋଷଣା କରାଯିବା ଏବେ ବାକି ଅଛି । କଟକରେ ସେପ୍ଟେମ୍ବର ୨୭ ରୁ ୩୦ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ । ସମସ୍ତ ଗ୍ରାଉଣ୍ଡରେ ତିନୋଟି ଲେଖାଏଁ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଯୋଧପୁର ଏବଂ ଲକ୍ଷ୍ନୌରେ ଦୁଇଟି ମ୍ୟାଚ ଯୋଜନା କରାଯାଇଛି । କୋଲକାତାର ଇଡେନ ଗାର୍ଡେନଠାରେ ୧୬ରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଆୟୋଜିତ ହେବ । ଯେଉଁଥିରେ ସ୍ୱତନ୍ତ୍ର ମ୍ୟାଚ୍ ସାମିଲ ରହିଛି ଯାହା ଇଣ୍ଡିଆନ ମହାରାଜା ଏବଂ ୱାର୍ଲଡ ଜିଆଣ୍ଟସ ମଧ୍ୟରେ ଖେଳାଯିବ । ସେହିଭଳି ଲକ୍ଷ୍ନୌରେ ୨୧ରୁ ୨୨ ସେପ୍ଟେମ୍ବର, ନୂଆଦିଲ୍ଲୀରେ ୨୪ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ । ସେହିଭଳି ଯୋଧପୁରରେ ଆସନ୍ତା ୧ ଏବଂ ୩ ଅକ୍ଟୋବରରେ ଏହି ମ୍ୟାଚ ଖେଳାଯିବ । ଅକ୍ଟୋବର ୫ଏବଂ ୭ ରେ ଏହାର ପ୍ଲେ-ଅଫ ମ୍ୟାଚ୍ ଏବଂ ୮ ଅକ୍ଟୋବରରେ ଫାଇନାଲ ମ୍ୟାଚ୍ ଆୟୋଜିତ ହେବାକୁ ଥିବାବେଳେ ଏଥିପାଇଁ ଭେନ୍ୟୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହା ସମ୍ପର୍କରେ ଲିଜେଣ୍ଡ ଲିଗ୍କ୍ରି କେଟ୍, କୋ-ଫାଉଣ୍ଡର ଏବଂ ସିଇଓ ରମଣ ରହେଜା କହିଛନ୍ତି ଯେ, “ଆମର ପ୍ରଶଂସକ ଏବଂ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି । ଫିକ୍ସରର୍ସର ଘୋଷଣା ସହିତ ସେମାନେ ଏହି ମ୍ୟାଚ୍ ପାଇଁ ଯୋଜନା କରିପାରିବେ ।  ଅନଲାଇନରେ ଟିକେଟ ଉପଲବ୍ଧ ତାରିଖର ଘୋଷଣା ସହିତ ବହୁତ ଜଲଦି ଟିକେଟିଙ୍ଗ ପାର୍ଟନରଙ୍କ ଘୋଷଣା କରାଯିବ । ଏକ ନୂଆ ଫର୍ମାଟରେ ୧୦ଟି ଦେଶରୁ କିମ୍ବଦନ୍ତୀ ଖେଳାଳୀମାନଙ୍କ ଲାଇନ୍-ଅପ୍ ସହିତ ଚଳିତ ବର୍ଷ ପ୍ରଶଂସକମାନେ ଏକ ମହାନ ସିଜନର ଅନୁଭବ ପାଇପାରିବେ । ଏହି ସିରିଜରେ କିନ୍ତୁ ପାକିସ୍ତାନର କୌଣସି ଖେଳାଳି ଖେଳିବେନି ।

Related Articles

Back to top button
WP Twitter Auto Publish Powered By : XYZScripts.com