କ୍ରୀଡ଼ା

ରାଉରକେଲା FIH ହକି ପ୍ରୋ ଲିଗ ପାଇଁ ଅଫଲାଇନରେ ଟିକେଟ୍ ବିକ୍ରି ଆରମ୍ଭ

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ FIH ହକି ପ୍ରୋ ଲିଗ । ଏଥିରେ ଭାରତ, ଜର୍ମାନୀ, ଅଷ୍ଟ୍ରେଲିଆ ଟିମ୍‌ ଯୋଗ ଦେବେ। ମାର୍ଚ୍ଚ ୧୦ ତାରିଖ ଠାରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ୬ ଦିନ ଧରି FIH ହକି ପ୍ରୋ ଲିଗ ଅନୁଷ୍ଠିତ ହେଵ। ଏଥିପାଇଁ ଅନଲାଇନ ଟିକେଟ ବିକ୍ରି ଶେଷ ହୋଇଥିବା ବେଳେ ଅଫଲାଇନ ଟିକେଟ ବିକ୍ରି ଆଜି ଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଦୁଇଟି କାଉଣ୍ଟରରେ ଆରମ୍ଭ ହୋଇଛି।

ସକାଳ ୧୧ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯାଉଛି। ଆସନ୍ତା ୮ତାରିଖ ହୋଲି ଥିଵାରୁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com