କ୍ରୀଡ଼ା

ଶେଷ ବଲରେ କାର୍ତ୍ତିକଙ୍କୁ ଷ୍ଟ୍ରାଇକ୍ ଦେଲେନି ପାଣ୍ଡ୍ୟା, ଫ୍ୟାନ୍ସ କହିଲେ ଏମିତି…

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି । ଦିଲ୍ଲୀରେ ଖେଳାଯାଇଥିବା ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକା ୭ ଓ୍ୱିକେଟରେ ଭାରତକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ଦିନେଶ କାର୍ତ୍ତିକ ୩ ବର୍ଷ ପରେ ଅନ୍ତରାଷ୍ଟ୍ରୀୟ ମ୍ୟାଚକୁ ଫେରିଥିଲେ ।

ମ୍ୟାଚରେ ଦିନେଶ କାର୍ତ୍ତିକ ଶେଷରେ ବ୍ୟାଟିଂ ପାଇଁ ଆସିଥିଲେ । ସେ କେବଳ ଦୁଇଟି ବଲ୍ ଖେଳି ଗୋଟିଏ ରନ୍ କରିଥିଲେ । ଭାରତୀୟ ପାଳିର ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଦିନେଶ କାର୍ତ୍ତିକଙ୍କୁ ଷ୍ଟ୍ରାଇକ୍ ଦେଇନଥିଲେ । ଯାହାକୁ ନେଇ କ୍ରିକେଟ୍ ଫ୍ରଶଂସକ ଅସନ୍ତୋଷ ପ୍ରକାଶ କରିବା ସହ ପାଣ୍ଡ୍ୟାଙ୍କୁ ଟ୍ରୋଲ୍ କରିଛନ୍ତି । ଏହାସହ ହାର୍ଦ୍ଦିକ ସିନିୟର ଖେଳାଳିଙ୍କୁ ସମ୍ମାନ ଦେବା ଜରୁରୀ ବୋଲି ଫ୍ୟାନ୍ କହିଛନ୍ତି ।

ଶେଷ ଓଭରରେ ହେଲା କଣ

ଇନିଂସର ଶେଷ ଓଭରରେ ବୋଲିଂ କରିଥିଲେ ଏନରିକ୍ ନାର୍କିୟା । ଓଭରର ପଞ୍ଚମ ବଲରେ ହାର୍ଦ୍ଦିକ ଡିଫେଣ୍ଡ୍ କରିଥିଲେ । କାରଣ ବଲ୍ ୟର୍କର ଥିଲା । ସେ ସିଙ୍ଗଲ ରନ୍ ମଧ୍ୟ ନେଇ ନଥିଲେ । ସେହି ସମୟରେ ହାର୍ଦ୍ଦିକ ୧୧ ବଲରୁ ୨୯ ରନ୍ କରିଥିଲେ । କିନ୍ତୁ କାର୍ତ୍ତିକ କେବଳ ୨ଟି ବଲ୍ ଖେଳିଥିଲେ ।

ସିନିୟର୍ସଙ୍କୁ ସମ୍ମାନ ଦେଲେନି ହାର୍ଦ୍ଦିକ

ଷ୍ଟ୍ରାଇତକ୍ ନଦେବା ପରେ ହାର୍ଦ୍ଦିକ ଶେଷ ବଲରେ କେବଳ ଦୁଇ ରନ୍ କରିଥିଲେ । ଏହି ବଲ ମଧ୍ୟ ୟର୍କର ଥିଲା । ଘଟଣା ପରେ ସୋସିଆଲ ମିଡିଆରେ ୟୁଜର ଲେଖିଛନ୍ତି ଯେ, ଏହା ହାର୍ଦ୍ଦିକଙ୍କ ଖରାପ ବ୍ୟବହାର । ସେ କାର୍ତ୍ତିକଙ୍କୁ ଷ୍ଟ୍ରାଇକ୍ ଦେଲେନାହିଁ । ହାର୍ଦ୍ଦିକ ବରିଷ୍ଠ ଖେଳାଳିଙ୍କୁ ସମ୍ମାନ ଦେବା ଜାଣନ୍ତି ନାହିଁ ।

ସୂଚନାଯୋଗ୍ୟ, ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ବିଶାଳ ୨୧୧ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ମ୍ୟାଚ୍ ଜିତିନେଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com