କ୍ରୀଡ଼ା

କ୍ରିକେଟର ନୂଆ ନିୟମକୁ ନେଇ ଖୁସି ଜାହିର କଲେ ସଚିନ, ଜାଣନ୍ତୁ କେଉଁ ରୁଲରେ ଆସିଲା ପରିବର୍ତ୍ତନ

ନୂଆଦିଲ୍ଲୀ : ମେଲବୋର୍ଣ୍ଣ କ୍ରିକେଟ କ୍ଲବ ନିକଟରେ କ୍ରିକେଟର କିଛି ନିୟମରେ ସଂଶୋଧନ କରିଛନ୍ତି । କ୍ରିକେଟ ମ୍ୟାଚର କିଛି ନିୟମରେ ପରିବର୍ତ୍ତନ ଆଣିଛି ଏମସିସି । ସଂଶୋଧିତ ତାଲିକାରେ ସାମିଲ ରହିଛି ମଙ୍କଡିଙ୍ଗ ଏବଂ କ୍ୟାଚ ଆଉଟ ଭଳି କିଛି ନିୟମ । ଆସନ୍ତା ଅକ୍ଟୋବରରେ ଲାଗୁ ହେବ ଏହି ସମସ୍ତ ନିୟମ । ତେବେ ସଂଶୋଧିତ ଏହି ନିୟମକୁ ସହମତି ପ୍ରଦାନ କରିଛନ୍ତି ଗଡ ଅଫ କ୍ରିକେଟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।
ଏ ନେଇ ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ସଚିନ । ଏମସିସି ଦ୍ୱାରା ମଙ୍କଡିଙ୍ଗକୁ ରନଆଉଟ ଘୋଷଣା କରାଯିବା ନିୟମକୁ ଠିକ ବୋଲି କହିଛନ୍ତି ତେନ୍ଦୁଲକର । ମଙ୍କଡିଙ୍ଗ ଶବ୍ଦକୁ ନେଇ ଅସହଜ ଅନୁଭବ କରୁଥିବା ବେଳେ ଏବେ ଏହାକୁ ରନ ଆଉଯରେ ପରିବର୍ତ୍ତନ କରିବା ନିଷ୍ପତ୍ତିକୁ ସେ ସମର୍ଥନ କରିଛନ୍ତି । ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ଆଣିଛି ଏମସିସି ।
ବୋଲରଙ୍କ ପାଇଁ କ୍ୟାଚ ଆଉଟ ନିୟମରେ ପରିବର୍ତ୍ତନ:
ନୂଆ ନିୟମ ଅନୁସାରେ, କୌଣସି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହେଲେ ନୂତନ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକରେ ରହିବେ । ଏହି ନିୟମକୁ ସଚିନ କୁବ ପ୍ରଶଂସା କରିଛନ୍ତି । ୱିକେଟ ନେବା ପରେ ବୋଲରଙ୍କୁ ନୂଆ ଖେଳାଳିଙ୍କୁ ବଲ ପକାଇବା ଉଚିତ । ଏବଂ ୱିକେଟ ନେବା ପାଇଁ ସୁଯୋଗ ମିଳିବା ଉଚିତ । କିନ୍ତୁ ନିୟମରେ ନୂତନ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ ଚେଞ୍ଜ କରି ଦେଉଥିଲେ । ଫଳରେ ୱିକେଟ ନେବା କଷ୍ଟକର ହେହାଇପଡେ । ତେବେ ଓଭର ଶେଷ ହେଲେ ଷ୍ଟ୍ରାଇକ ପରିବର୍ତ୍ତନ କରାଯିବ ।
ନିୟମ ୧୮: କ୍ୟାଚ ଆଉଟ ପରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ନିୟମ:
ଟ୍ରାଏଲ ପାଇଁ ଏହି ନିୟମ ପ୍ରଥମେ ଇଂଲଣ୍ଡରେ ହୋଇଥିବା ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟରେ ଲାଗୁ କରାଯାଇଛି । ଲ ୧୮.୧୧ ଅନୁସାରେ, ଯଦି ଖେଳାଳି ବୋଲ୍ଡ, ଷ୍ଟମ୍ପ ଆଉଟ ସମେତ ଏଲବିଡବ୍ଲୁ, ହିଟ ୱିକେଟ, କ୍ୟାଚ ଆଉଟ କିମ୍ବା ବଲକୁ ଦୁଇ ଥର ହିଟ କରି ଆଉଟ ହୋଇଥାଏ ତେବେ ନୂଆ ଖେଳାଳି ସେହି ଷ୍ଟ୍ରାଇକକୁ ଯିବ ଯେଉଁଠାରେ ଆଉଟ ହୋଇଥିବା ଖେଳାଳି ରହିଥିଲେ ।
ଲ ୩୮.୩: ମଙ୍କଡିଙ୍ଗ ଆଉଟ:
ଏହି ନିୟମକୁ ୪୧ (ଅନଫେୟର ପ୍ଲେ) ମଧ୍ୟରୁ ୩୮(ରନ ଆଉଟ)ରେ ପରିବର୍ତ୍ତନ କରାଯାଇଛି । ଏହା ଦ୍ୱାରା, ଯଦି ବୋଲର ବଲ ପକାଇବା ପୂର୍ବରୁ ନନ୍ ଷ୍ଟ୍ରାଇକରେ ତିବା ଖେଳାଳି କ୍ରିଜ ଛାଡି ବାହାରକୁ ଯାଇଥାଏ ଏବଂ ବୋଲର ଷ୍ଟମ୍ପ୍ସରେ ଥ୍ରୋ କରି ଆଉଟ କରିଥାଏ । ତେବେ ଏହାକୁ ଏକ ରନ ଆଉଟ(ମଙ୍କଡିଙ୍ଗ) ବୋଲି ଘୋଷଣା କରାଯିବ । ଏହା ପୂର୍ବରୁ ରନ ଆଉଟ ବୋଲି କୁହାଯାଉ ନଥିଲା । ଏହା ସହିତ ଯଦି ଏହାକୁ ଅପିଲ କରା ନଯାଏ, ଅମ୍ପାୟାର ଏହାକୁ ଡେଡ ବଲ ବୋଲି ମଧ୍ୟ ଘୋଷଣା କରି ପାରନ୍ତି ।
ଏମସିସି ଦ୍ୱାରା ପରିବର୍ତ୍ତନ କରାଯାଇଥିବା ଏହି ସବୁ ନିୟମକୁ ଭରପୂର ପ୍ରଶଂସା କରିଛନ୍ତି ସଚିନ ତେନ୍ଦୁଲକର । ଏକ ଭିହିଓ ମାଧ୍ୟମରେ ନିଜ ଖୁସି ବ୍ୟକ୍ତ କରି ସୋଶଲ ମିଡିଆରେ ଅପଲୋଡ କରିଛନ୍ତି ।ଯାହା ଏବେ କୁବ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com