Featuredଅନ୍ତର୍ଜାତୀୟକ୍ରୀଡ଼ାଜାତୀୟଜୀବନଶୈଳୀମନୋରଞ୍ଜନ

ଝିଅ ଭାମିକା ସହ ଲଣ୍ଡନରେ ବୁଲିଲେ ଅନୁଷ୍କା-ବିରାଟ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ:  ଲଣ୍ଡନରେ ଛୁଟି କାଟୁଛନ୍ତି ଲଭେବଲ କପଲ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି । ଝିଅ ଭାମିକା ଶହ ଲଣ୍ଡନ ରାସ୍ତାରେ ନଜର ଆସିଲେ ଏହି ଷ୍ଟାର ଦମ୍ପତି । ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉୁଁଥିରେ ଅନୁଷ୍କା, ବିରାଟ ଏବଂ ଝିଅ ଭାମିକା ଲଣ୍ଡନରେ ବୁଲୁଥିବାର ନଜର ଆସିଛନ୍ତି ।

ଅନୁଷ୍କା ଏକ ଟି-ସାର୍ଟ ସହ ଡେମିନ ଜ୍ୟାକେଟ ଏବଂ ଡେମିନ ପ୍ୟାଣ୍ଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆଉ ଅନୁଷ୍କାଙ୍କ ଖୋଲା କେଶ ସାଙ୍ଗକୁ ହାଲୁକା ମେକଅପ ତାଙ୍କ ଲୁକକୁ ଆହୁରି ଆକ୍ଟ୍ରାକ୍ଟିଭି କରିଛି । ସେ ହାତରେ ଏକ କଫି କପ ଧରି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ସେହିପରି ବିରାଟ କାର୍ଗୋ ପ୍ୟାଣ୍ଟ, ବ୍ଲାକ ଜ୍ୟାକେଟ ଏବଂ ବ୍ରାଉନ କ୍ୟାପ ପିନ୍ଧିଥିବାର ନଜର ଆସିଛନ୍ତି । ଏବଂ ସେ ଭାମିକାଙ୍କ ଚାରିପାଖରେ ବୁଲୁଥିବାର ନଜର ଆସିଛନ୍ତି । ସେହିପରି ଭିଡିଓରେ ବିରାଟ ଫଟୋଗ୍ରାଫର ଭାବେ ଅନୁଷ୍କାଙ୍କର ଫଟୋ ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ଉଭୟ ଲଣ୍ଡନ ମେଟ୍ରାରେ ଯାତ୍ରା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଭିଡିଓର ଶେଷରେ ଅନୁଷ୍କା ତାଙ୍କ କଫି କପକୁ ଡଷ୍ଟବିନରେ ପକାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଅନୁଷ୍ଟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଚନ୍ତି । ସେ ଏହି ଭିଡିଓ ପୋଷ୍ଟ କରିବା ସହ କାପ୍ସନରେ ଲେଖିଚନ୍ତି ମେଜର ମିସିଙ୍ଗ, ଲଣ୍ଡନ ସହର ଏବଂ କଫି ଯାତ୍ରା । ସେହି କଫି ମୋ ସହ ଦିର୍ଘ ସମୟ ରହିଲା । ଅନ୍ୟପଟେ ଏହି ରିଲକୁ ୫.୯ ମିଲିୟନ ଲୋକ ଦେଖିଥିବା ବେଳେ ପ୍ରଶଂସକମାନେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି । ଜଣେ ପ୍ରଶଂସକ ବିରାଟ କୋହଲିଙ୍କୁ ନେଇ ଲେଖିଛନ୍ତି ସବୁଠୁ ଦାମୀ ଏବଂ ଲୋକପ୍ରିୟ କ୍ୟାମେରାମ୍ୟାନ । ସେହିପରି ଆହୁରି ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com