Featuredଜାତୀୟଜୀବନଶୈଳୀ

ବିବାହ କରିଥିଲେ କିନ୍ତୁ ସ୍ତ୍ରୀର ମନ ରହିଥିଲା ପ୍ରେମିକ ନିକଟରେ, ସ୍ୱାମୀ ଖୁସିରେ ଛାଡ଼ିଦେଲେ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସମ୍ପର୍କକୁ ଦୃଢ କରିବା ପାଇଁ ବହୁ ଆବଶ୍ୟକ ବିଶ୍ୱାସର ପୁଞ୍ଜି । ଯଦି ମନକୁ ମନ ନମିଶିଲା ତେବେ ବିବାହ ବିନ୍ଧନର କୌଣସି ମାନେ ରହେନାର୍ହି । ଖାଲି ବେଦୀ ଉପରେ ବସି ହାତଗଣ୍ଠି ପଡ଼ିଗଲେ ସମ୍ପର୍କ ତିଷ୍ଠି ରହିଯିବ, ଏଭଳି କିଛି ମାନେ ନାହିଁ । କାରଣ ବହୁବାର ଆମେ ଦେଖୁଛେ, ସବୁ ଠିକଠାକରେ ହୁଏ ଆଉ ଧୁମଧାମରେ ବିବାହ ସରିଯାଏ । କିନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ହଠାତ୍ ସମ୍ପର୍କରେ ଭଟ୍ଟା ପଡ଼ିଯାଏ । ସ୍ୱାମୀ ସ୍ତ୍ରୀ ଭାବେ ରହିବା ପାଇଁ ଦୁଇଟି ଅଚିହ୍ନା ଲୋକଙ୍କ ମଧ୍ୟରେ ବିଶ୍ୱାସ, ଭଲ ପାଇବା ଆଉ ଆତ୍ମୀୟତା ବହୁ ଜରୁରୀ । ଯଦି ଏସବୁ ଉଭୟଙ୍କ ମଧ୍ୟରେ ନାହିଁ ତେବେ ସେଠାରେ ସମ୍ପର୍କ ତିଷ୍ଠି ପାରେ ନାହିାଁ ଠିକ୍ ଏଭଳି ଏକ ଘଟଣା ଘଟିଛି ଝାରଖଣ୍ଡର ପଲାମୁରୁରେ । ଯେଉଁଠି ବିବାହ ମାତ୍ର ୨୦ ଦିନ ବି ତିଷ୍ଠି ରହିପାରିଲା ନାହିଁ । ଆଉ ଏହି ଘଟଣାରେ ଦେଖିବାକୁ ମିଳିଛି ଏକ ନିଆରା ନିଷ୍ପତ୍ତିର ଦୃଷ୍ଟାନ୍ତ ।

ଘଟଣାଟି ସାଧାରଣତଃ ଏକ ଚଳଚ୍ଚିତ୍ର କାହାଣୀ ଭଳି ମନେ ହେବ । ୨୦ ଦିନ ହେଲା ବିବାହ ହୋଇଥିବା ବେଳେ ନିଜ ସ୍ତ୍ରୀଙ୍କୁ ତାର ପ୍ରେମିକ ହାତରେ ଟେକି ଦେଇଚି ସ୍ୱାମୀ । ଏଭଳି ନିଷ୍ପତ୍ତି ପଛର କାରଣ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣା ଅନୁଯାୟୀ ପାଲାମୁ ଜିଲ୍ଲାର ମାନାଟୁ ବ୍ଲକ ଅନ୍ତର୍ଗତ ବିଚକିଲା ଗ୍ରାମର ସାନୋଜ କୁମାର ସିଂ ଓ ପ୍ରିୟଙ୍କାଙ୍କ ବିବାହ ମେ ୧୦ରେ ହୋଇଥିଲା । କିଛି ଦିନ ପରେ ସାନୋଜ ଜାଣିବାକୁ ପାଇଲେ ଯେ ପ୍ରିୟଙ୍କା ତାଙ୍କ ଗାଁର ଯୁବକ ଜିତେନ୍ଦ୍ରଙ୍କୁ ଭଲପାଉଛନ୍ତି । ଉଭୟଙ୍କ ମଧ୍ୟରେ ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ରହିଆସିଛି । କିନ୍ତୁ ଜାତିଗତ ପାର୍ଥକ୍ୟ ଯୋଗୁଁ ଘର ଲୋକ ସେମାନଙ୍କ ବିବାହ ପାଇଁ ରାଜି ନଥିଲେ । ଏପଟେ ବିବାହ ପରେ ମଧ୍ୟ ପ୍ରିୟଙ୍କା ସବୁବେଳେ ଚୁପ୍‌ଚାପ୍ ରହୁଥିଲେ । କାହା ସହ ବେଶି ମିଶୁ ନଥିଲେ କି କଥା ହେଉନଥିଲେ । କିନ୍ତୁ ଲୁଚି ଲୁଚି ନିଜ ପ୍ରେମିକ ସହ କଥା ହେଉଥିଲେ । ବିବାହ ପରେ ମଧ୍ୟ ସେ ନିଜ ପ୍ରେମିକା ସହ ରହିବାକୁ ଚାହୁଁଥିଲେ । ସେ ଏ ସମ୍ପର୍କରେ ନିଜ ସ୍ୱାମୀକୁ ଜଣାଇଥିଲେ ଏବଂ ସେମାନେ ପୂର୍ବରୁ ବିବାହ କରିସାରିଛନ୍ତି ବୋଲି କହିଥିଲେ । ପରିବାର ଲୋକ ସବୁ ଜାଣି ତାଙ୍କୁ ଜବରଦସ୍ତି ପୁଣି ବିବାହ କରାଇଥିବା ମଧ୍ୟ ସେ ତାଙ୍କ ସ୍ୱାମୀଙ୍କ ଆଗରେ ପ୍ରକାଶ କରିଥିଲେ । ଏହାପରେ ସାନୋଜ ନିଜ ସ୍ତ୍ରୀକୁ ନିଜ ପ୍ରେମିକ ସହ ଯିବା ପାଇଁ ସ୍ୱୀକୃତି ଦେଇଥିଲେ । ଆଉ ସ୍ୱାମୀଙ୍କ ସହମତି ନେଇ ଲଗେଜ୍ ପ୍ୟାକ୍ କରି ନିଜ ପ୍ରେମିକଙ୍କ ସହ ପ୍ରିୟଙ୍କା ଯିବା ସମୟରେ ଗ୍ରାମବାସୀ ଉଭୟଙ୍କୁ ଧରି ପୁଲିସ୍ ଷ୍ଟେସନ୍ ନେଇଯାଇଥିଲେ । ସାନୋଜ କିନ୍ତୁ ଥାନାରେ ପହଞ୍ଚି ନିଜ ଇଚ୍ଛାରେ ସ୍ତ୍ରୀଙ୍କ ହାତ ତାଙ୍କ ପ୍ରେମିକ ହାତରେ ଦେଇଥିବା କହିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ କହିଥିଲେ ଯେ ପତ୍ନୀ ତାଙ୍କଠାରୁ ଅନୁମତି ନେବା ପରେ ହିଁ ଘରୁ ବାହାରି ଆସିଛନ୍ତି। ଏବେ ଏହି ଘଟଣା ଉକ୍ତ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com