କ୍ରୀଡ଼ା

ବିରାଟଙ୍କ ଇସ୍ତଫା ପରେ ବିବାଦ ଘେରରେ ଥିବା ସୌରଭ ଗାଙ୍ଗୁଲିଙ୍କୁ ବିଦା କରିବ ବିସିସିଆଇ !

ନୂଆଦିଲ୍ଲୀ() ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରିକେଟକୁ ଆଶ୍ଚର୍ଯ୍ୟ କରିଛନ୍ତି। ବିରାଟ କୋହଲିଙ୍କ ଏହି ନିଷ୍ପତ୍ତି ପଛରେ ପ୍ରଶଂସକମାନେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ହାତ ଥିବା ନେଇ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ସୌରଭ ଗାଙ୍ଗୁଲି ଇସ୍ତଫା ଦାବି କରୁଥିବା ଦେଖାଯାଇଛି।

ଅନ୍ୟପକ୍ଷରେ ବିସିସିଆଇର ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କୁ ଖୁବ ଶୀଘ୍ର ହଟିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଏହାର କାରଣ ହେଉଛି ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅକ୍ଟୋବରରେ ଶେଷ ହେବ। ସୌରଭ ଗାଙ୍ଗୁଲିଙ୍କ ବ୍ୟତୀତ ବିସିସିଆଇ ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ ମଧ୍ୟ ଚଳିତ ବର୍ଷ ଅକ୍ଟୋବରରେ ଶେଷ ହେବାକୁ ଯାଉଛି। ଅକ୍ଟୋବର ୨୦୧୯ ରେ ସୌରଭ ଗାଙ୍ଗୁଲି ଏବଂ ଜୟ ଶାହା ବିସିସିଆଇର ସଭାପତି ତଥା ସଚିବ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ବିସିସିଆଇରେ ଉଭୟଙ୍କ କାଯ୍ୟକାଳ ୨୦୧୮ରେ ସମାପ୍ତ ହେବା ପରେ କୁଲିଂ ଅଫ୍ ପିରିୟଡ୍ ନିୟମରେ ସଂଶୋଧନ କରି କାର୍ଯ୍ୟକାଳର ସମ୍ପ୍ରସାରଣ କରିଥିଲା ବିସିସିଆଇ। ତେବେ ବିରାଟଙ୍କ ଇସ୍ତଫା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବାରୁ ସୌରଭ ଗାଙ୍ଗୁଲି ସମୟ ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏଥିରେ କେତେ ସତ୍ୟତା ରହିଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।

Related Articles

Back to top button
WP Twitter Auto Publish Powered By : XYZScripts.com