Breaking NewsFeaturedଓଡ଼ିଶାକ୍ରୀଡ଼ାମନୋରଞ୍ଜନ

ବର୍ଷା ପାଇଁ ବିବ୍ରତ ହେଲେଣି ଅନୁଭବ; ମା’ ତାରିଣୀଙ୍କୁ ଯାଚିଲେ ୧୦୮ ନଡ଼ିଆ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ଘାରଛି ବିର୍ଷା ଚିନ୍ତା । ସେ ଯେଉଁଠି ରୁହନ୍ତୁ ନା କାହିଁକି ସତେ ଯେମିତି ବର୍ଷା ତାଙ୍କ ଖୁସିରେ ପାଣି ଭରି ଭରିଦେଉଛି । ଏଥିର ଯେମିତି ତାଙ୍କ ମନୋରଞ୍ଜନ ଭିତରକୁ ବର୍ଷା ନଆସୁ ସେନେଇ ମା ତାରିଣୀଙ୍କ ଶରଣାପନ୍ନ ହେଇଛନ୍ତି ଅନୁଭବ । ବର୍ଷା ଚିନ୍ତାରୁ ମୁକ୍ତିପାଇବା ପାଇଁ ସେ ମା ତାରିଣୀଙ୍କୁ ୧୦୮ ନଡିଆ ଯାଚିଥିବା ଜଣାପଡିଛି ।

ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ ଏପରି ପୋଷ୍ଟକୁ ଦେଖି ତାଙ୍କର ଫ୍ୟାନମାନେ ଖୁବ୍ ଖୁସି ହୋଇଯାଇଥିଲେ । ଆଉ ଆପଣ ମଧ୍ୟ ଏହି ବିଷୟରେ ଜାଣିଲେ ଖୁସି ହୋଇଯିବେ । ତେବେ ଏ ବର୍ଷା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନୁହନ୍ତି । ଏହା ହେଉଛି ଆକାଶର ବର୍ଷା । ଘଟଣାନୁସାରେ ଆଇପିଏଲର ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯିବାର ଥିଲା । ଏଥିପାଇଁ ଖେଳାଳିଙ୍କ ଠାରୁ ଆରମ୍ଭ କରି ଦର୍ଶକ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଥିଲେ । ହେଲେ ସମସ୍ତଙ୍କ ଖୁସିକୁ ପାଣିଚିଆ କରିଦେଇଥିଲା ବର୍ଷା । ଆଉ ମ୍ୟାଚକୁ ବନ୍ଦ ରଖିବାକୁ ପଡିଲା । ଏହାପରେ ନିରାଶ ହୋଇ ସୋସିଆଲ ମିଡିଆରେ ମଜାଳିଆ ପୋଷ୍ଟ କରିଥିଲେ । ସେ ପୋଷ୍ଟ କରି ଲେଖିଥିଲେ ଯେ, ବର୍ଷା ଧୋଇନେଲା ଆଇପିଏଲ ମ୍ୟାଚ । ଏହି ଫଟୋ ପୋଷ୍ଟ କରିବା ସହ କ୍ୟାପ୍ସନ ଦେଇଥିଲେ ଓଃ ହୋ କେବେ ସୁଧୁରିବ । ତେବେ ଅନୁଭବଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତାମତ ଦେଇଥିଲେ । ତେବେ ଖେଳର କିଛି ଘଣ୍ଟା ପୂର୍ବରୁ ଅନୁଭବ ଆଉ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଆଇପିଏଲରେ ବର୍ଷାକୁ ନେଇ ଚିନ୍ତାରେ ପଡିଥିବା ଲେଖିଥିଲେ । ଏଥିରେ ହାସ୍ ଟ୍ୟାଗ୍ ସହ ସେ ଲେଖିଥିଲେ ବର୍ଷା ଆଉ ହଇରାଣ ନକରିବାକୁ ମା ତାରିଣୀଙ୍କୁ ୧୦୮ ନଡ଼ିଆ ଯାଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com