କ୍ରୀଡ଼ା

ଓ୍ବେଷ୍ଟଇଣ୍ଡିଜ ସିରିଜ୍‌ରେ ଖେଳିପାରନ୍ତି ରୋହିତ

ନୂଆଦିଲ୍ଲୀ() ଭାରତୀୟ ହ୍ବାଇଟ୍‌ ବଲ କ୍ୟାପଟେନ ରୋହିତ ଶର୍ମା ବାମ ଗୋଡ଼ ମାଂସପେଶୀ ଜନିତ ସମସ୍ୟାରୁ ଧିରେ ଧିରେ ମୁକୁଳୁଛନ୍ତି। ଆଶା କରାଯାଉଛି, ଆସନ୍ତା ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୬ଟି ସୀମିତ ଓଭର ମ୍ୟାଚ୍‌ ଲାଗି ୩୩ ବର୍ଷୀୟ ଓପନର ଉପଲବ୍ଧ ରହିବେ।

‘ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ରୋହିତଙ୍କ ରେହାବିଲିଟେଶନ୍‌ ଭଲ ଚାଲିଛି। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଲାଗି ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି। ଏହି ସିରିଜ୍‌ ଆରମ୍ଭ ହେବାକୁ ଆହୁରି ୩ ସପ୍ତାହ ସମୟ ଅଛି, ଯାହା ରୋହିତଙ୍କ ପାଇଁ ଯଥେଷ୍ଟ’ ବୋଲି ଜଣେ ବିସିସିଆଇ ଅଧିକାରୀ ନା ନ କହିବା ସର୍ତ୍ତରେ କହିଛନ୍ତି।

ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପରେ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ଖେଳାଯିବାର ଅଛି। ଆସନ୍ତା ୬ ତାରିଖରେ ଅହମ୍ମଦାବାଦଠାରେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।

ବର୍ତ୍ତମାନ ବିସିସିଆଇର ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳାଳିଙ୍କୁ ‘ଫିଟ୍‌ ଟୁ ପ୍ଲେ’ ସାର୍ଟିଫିକେଟ୍‌ ପାଇଁ ଏନ୍‌ସିଏରେ ଫିଟ୍‌ନେସ ଟେଷ୍ଟ ଦେବା ବାଧ୍ୟତାମୂଳକ। ପ୍ରମାଣପତ୍ର ମିଳିବା ପରେ ହିଁ ଚୟନକର୍ତ୍ତାଙ୍କୁ ଖେଳାଳିଙ୍କ ଉପଲବ୍ଧତା ସମ୍ପର୍କରେ ଅବଗତ କରାଯାଏ।

Related Articles

Back to top button
WP Twitter Auto Publish Powered By : XYZScripts.com