କ୍ରୀଡ଼ା

ଟେଷ୍ଟ ଟିମ୍‌ର ଅଧିନାୟକ ପଦବୀକୁ ବିରାଟଙ୍କ ବାଏବାଏ

ନୂଆଦିଲ୍ଲୀ() ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ପଦବୀକୁ ବାଏବାଏ କରିଛନ୍ତି ବିରାଟ କୋହଲି । ଟୁଇଟ କରି ଏହି ଆକସ୍ମିକ ଖବର ଦେଇଛନ୍ତି ବିରାଟ। ଏ ଖବର ଭାରତୀୟ କ୍ରିକେଟ ପ୍ରେମୀ ସମେତ ସାରା ବିଶ୍ୱରେ ଥିବା ବିରାଟ ଫ୍ୟାନଙ୍କୁ ଝଟକା ଦେଇଛି।

 

ଦକ୍ଷିଣ ଆଫ୍ରିକ‌ାଠାରୁ ଟେଷ୍ଟ୍ ସିରିଜ ହାରିବା ପରେ ବିରାଟ ସାମାଜିକ ଗଣମାଧ୍ୟମରେ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। ଏକଦିବସୀୟ ଅଧିନାୟକ ପଦରୁ ହଟାଇବା ଲାଗି ବିସିସିଆଇ ନିଷ୍ପତ୍ତିର ଗୋଟିଏ ମାସ ପରେ ‌କୋହଲି ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ସେ ଟି-୨୦ କ୍ୟାପଟେନ୍‌ ପଦ ଛାଡିଥିଲେ।

ଟେଷ୍ଟ ଅଧିନାୟକ ପଦବୀ ଛାଡ଼ିବା ନେଇ ସୂଚନା ଦେଇ ବିରାଟ ଲେଖିଛନ୍ତି, ଏହା ୭ ବର୍ଷର କଠିନ ପରିଶ୍ରମ ଥିଲା। ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଛି। ଅନେକ ଟେଷ୍ଟ ମ୍ୟାଚରେ ଟିମ୍ ବିଜୟୀ ହୋଇଛି ଏବଂ ପରାଜୟୀ ମଧ୍ୟ ହୋଇଛି। ହେଲେ କେବେ ବି ଆତ୍ମବିଶ୍ବାସ ହରାଇନଥିଲି କିମ୍ବା ପରିଶ୍ରମରେ ହେଳା କରିନଥିଲି। ସବୁବେଳେ ୧୨୦ ପ୍ରତିଶତ ପରିଶ୍ରମ ଦେବାରେ ବିଶ୍ବାସ ରଖୁଥିଲି।

Related Articles

Back to top button
WP Twitter Auto Publish Powered By : XYZScripts.com