କ୍ରୀଡ଼ା

ପଡ଼ିଆରେ ପାଲେଷ୍ଟାଇନ ସମର୍ଥକ

ମ୍ୟାଚ ଚାଲିଥିବା ବେଳେ ଜଣେ ପାଲେଷ୍ଟାଇନ ସମର୍ଥକ ପଡ଼ିଆ ଭିତରକୁ ହଠାତ ପଶିଆସିବା ସମସ୍ତଙ୍କୁ ଚକିତ କରିଛି । ଯୁବକ ଜଣଙ୍କ ‘ଫ୍ରି ପାଲେଷ୍ଟାଇନ’ ଲେଖାଥିବା ଏକ ଟି ସାର୍ଟ ପିନ୍ଧି ହଠାତ ପଡ଼ିଆ ଭିତରକୁ ପଶି ଆସିଥିଲେ । ଏହା ସହିତ ହାତରେ ଥିଲା ପାଲେଷ୍ଟାଇନ ପତକା ।

ସେ ଭାରତୀୟ ଖେଳାଳି ବିରାଟ କୋହଲିଙ୍କୁ ଯାଇ କୁଣ୍ଢାଇବାକୁ ଉଦ୍ୟମ ମଧ୍ୟ କରିଥିଲେ । ସୁରକ୍ଷାକର୍ମୀମାନେ ପଡ଼ିଆକୁ ଯାଇ ଯୁବକଙ୍କୁ କାବୁ କରିଥିଲେ ।

ତେବେ ବିଶ୍ୱକପ ଫାଇନାଲ ମ୍ୟାଚରେ ଏଭଳି ବଡ଼ ଧରଣର ତ୍ରୁଟି ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com