କ୍ରୀଡ଼ା

ହିଟମ୍ୟାନଙ୍କ ନାଁରେ ଆଉ ଏକ ରେକର୍ଡ

ହିଟମ୍ୟାନଙ୍କ ନାଁରେ ଆଉ ଏକ ରେକର୍ଡ । ନେଦରଲାଣ୍ଡସ ବିପକ୍ଷ ବିଶ୍ୱକପ ମ୍ୟାଚରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ ଶର୍ମା । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛନ୍ତି ରୋହିତ ।

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ନିଜ ନାଁରେ ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ । ଏବି ଡିଭିଲିୟର୍ସ ୨୦୧୫ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆରେ ସର୍ବାଧିକ ୫୮ଟି ଛକା ମାରିଥିଲେ । ତେବେ ନେଦରଲାଣ୍ଡସ ବିପକ୍ଷରେ ୨ଟି ଛକା ମାରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ ।

Related Articles

Back to top button
WP Twitter Auto Publish Powered By : XYZScripts.com