କ୍ରୀଡ଼ା

ଟି-୨୦ ବିଶ୍ୱକପ ପାଇଁ ଶାସ୍ତ୍ରୀଙ୍କ ଫେଭରେଟ୍ ସଞ୍ଜୁ ସାମସନ, ୫ ନମ୍ବରରେ ବ୍ୟାଟିଂ ପାଇଁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ । ଚଳିତ ଥର ଅଷ୍ଟ୍ରେଲିଆରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତ ବିଶ୍ୱକପରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । କିନ୍ତୁ ଚଳିତ ଥର ଭାରତ ପୂର୍ବବର୍ଷର ପ୍ରଦର୍ଶନ ଦୋହରାଇବ ନାହିଁ ବୋଲି ଆଶା କରାଯାଉଛି । ଦଳ କେବଳ ୨୦୦୭ରେ ହିଁ ଟି୨୦ ଚାମ୍ପିଅନ ହୋଇଥିଲେ । ଏଥର ରୋହିତ ଶର୍ମାଙ୍କ ନେତୃତ୍ୱ ଓ କୋଚ୍ ରାହୁଲ ଦ୍ରାବିଡଙ୍କ ତତ୍ତୱାବଧାନରେ ଦଳ ଅଭିଯାନ ଆରମ୍ଭ କରିବ ।

ତେବେ ଭାରତ ପାଇଁ ମୁଖ୍ୟ ସମସ୍ୟା ହେଉଛି ମିଡିଲ୍ ଅର୍ଡର । କାରଣ ଆଉ ଅଳ୍ପ ମାସ ପରେ କ୍ରିକେଟର ଏହି ମହାକୂମ୍ଭ ଆରମ୍ଭ ହେବାକୁ ଥିବା ବେଳେ ମିଡିଲ ଅର୍ଡରରେ କିଏ ସ୍ଥାନ ପାଇବେ ତାହା ଚୂଡନାତ୍ ହୋଇନାହିଁ । ୫ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ତେବେ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ୫ ନମ୍ବର ସ୍ଥାନରେ କିଏ ଖେଳିବା ଦରକାର ସେନେଇ ପ୍ରତିକ୍ରିୟା ରଖିଛନ୍ତି ।

ରବି ଶାସ୍ତ୍ରୀ କହିଛନ୍ତି ଯେ, ରାହୁଲ ତ୍ରିପାଠୀ, ଶ୍ରେୟସ ଆୟର କିମ୍ବା ସଞ୍ଜୁ ସାମସନ ୫ ନମ୍ବର ପାଇଁ ପ୍ରବଳ ଦାବିଦାର ଅଟନ୍ତି । ସେ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ପରିବେଶରେ ସଞ୍ଜୁ ସାମସନଙ୍କ ପାଖରେ ସବୁଠାରୁ ଅଧିକ ସଟ୍ ରହିଛି । ତାଙ୍କୁ ବିଶ୍ୱକପ ଟିମରେ ସ୍ଥାନ ମିଳିବା ଆବଶ୍ୟକ ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ପାଇଁ ସଞ୍ଜୁ ସାମସନ କିମ୍ବା ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ମିଳିନାହିଁ । ଏହି ସିରିଜର ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ଏହି ଟେଷ୍ଟ୍ ପାଇଁ ବିଶ୍ରାମ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com