କ୍ରୀଡ଼ା

ନିଜ ରେକର୍ଡ ଭାଙ୍ଗିଲେ ନିରଜ, ପାଭୋ ନୁରମୀ ଗେମ୍ସରେ ୮୯.୩୦ ମଟିର ଜାଭେଲିନ୍ ଥ୍ରୋ କରି ରଚିଲେ ଇତିହାସ

ନୂଆଦିଲ୍ଲୀ: ଜାଭେଲିନ୍ ଥ୍ରୋରେ ନିଜ ରେକର୍ଡ ଭାଙ୍ଗିଲେ ନିରଜ ଚୋପ୍ରା। ୨୪ ବର୍ଷିୟ ନିଜର ୧୦ ମାସ ତଳେ ପ୍ରତିଷ୍ଠା କରିଥିବା ରେକର୍ଡ ଭଙ୍ଗ କରିଛନ୍ତି । ଫିନଲ୍ୟାଣ୍ଡରେ ଅନୁଷ୍ଠିତ ପାଭୋ ନୁରମୀ ଗେମ୍ସରେ ୮୯.୩୦ ମିଟର ଜାଭେଲିନ୍ ଥ୍ରୋ କରି ନୂଆ ରେକର୍ଡ କରିଛନ୍ତି । ଏହା ତାଙ୍କ କ୍ୟାରିୟର ଶ୍ରେଷ୍ଠ । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ସିଲଭରରେ ସନ୍ତୁଷ୍ଠ ହେବାକୁ ପଡିଛି ।

ଅଲିମ୍ପିକ୍ ପରେ ଏହା ନିଜରଙ୍କ ପ୍ରଥମ ପଦକ । ୭ ଅଗଷ୍ଟ ୨୦୨୧ରେ ଟୋକିଓ ଅଲମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ କରି ଗୋଲ୍ଡ ମେଡାଲ ହାସଲ କରିଥିଲେ ନୀରଜ । ନୀରଜଙ୍କ ନୂଆ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଅନୁରାଗ ଠାକୁରଙ୍କ ସମେତ ବହୁ ନେତା ତଥା କ୍ରିଡାବିତ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com