Breaking NewsFeaturedଜାତୀୟବାଣିଜ୍ୟ

୨ ହଜାର ଟଙ୍କିଆ ନୋଟ୍‌: ଥରକରେ ୨୦ହଜାର ଟଙ୍କା ବଦଳାଇ ପାରିବେ ଜଣେ ଗ୍ରାହକ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ:  ଚଳିବନି ୨ ହଜାର ଟଙ୍କିଆ ନୋଟ୍‌ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଏହି ବଡ ଘୋଷଣା କରାଯାଇଛି । ଆରବିଆଇର ଏହି ନୋଟବନ୍ଦି ଘୋଷଣା ଅନେକ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଯାହାକୁ ନେଇ ଏବେ ଚିନ୍ତାରେ ସାଧାରଣ ଲୋକେ। କିନ୍ତୁ ପୂର୍ବ ନୋଟ ବନ୍ଦି ଠାରୁ ଏହା ଭିନ୍ନ ରହିବ । ୨ ହଜାର ଟଙ୍କିଆ ନୋଟର ଆଇନଗତ ମାନ୍ୟତା ବଜାୟ ରହିବ । କେବଳ ଏହାର ପ୍ରଚଳନକୁ ବନ୍ଦ କରାଯିବ।

ଆସନ୍ତୁ ଜାଣିବା ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ ଥିଲେ କଣ କରିବେ । ଆରବିଆଇ ବ୍ୟାଙ୍କ ଗୁଡିକୁ ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କିଆ ନୋଟ ଜମା କରିବା ଏବଂ ବଦଳାଇବାର ସୁବିଧା ପ୍ରଦାନ କରିଛି । ଏଥି ସହ ସେପ୍ଟେମ୍ବର ୩୦ ପରେ ବି ଏହି ନୋଟର ବୈଧତା ଏବଂ ଲିଗାଲ ଟେଣ୍ଡର କାଏମ ରହିବ । ସେହିପରି ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ବିନିମୟ ସୁବିଧା ଉପଲବ୍ଧ ହେବ । ପ୍ରଚଳିତ ନୋ ୟୋର କଷ୍ଟମର ବା କେୱାଇସି ନିୟମ ଏବଂ ଅନ୍ୟାନ୍ୟ ନିୟାମକ ଆବଶ୍ୟକତା ଅନୁଯାୟୀ ବାଙ୍କ ଆକାଉଣ୍ଟରେ ବିନା କଟକଣାରେ ୨ ହାଜାର ଟଙ୍କିଆ ନୋଟ ଜମା କରାଯାଇପାରିବେ । କିନ୍ତୁ ଥରକରେ କେବଳ ୨୦ ହଜାର ଟଙ୍କା ମୂଲ୍ୟର ନୋଟ ବଦଳାଯାଇ ପାରିବ ।

ସେହିପରି ଜଣେ ବିଜନେସ କରେସ୍ପଣ୍ଡେଣ୍ଟ ମାଧ୍ୟମରେ ଦିନକୁ ୪୦ ହଜାର ଟଙ୍କାର ସୀମା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ । ଏହି ବିନିମୟ ସୁବିଧା ମାଗଣାରେ ପ୍ରଦାନ କରାଯିବ । ଏଥିପାଇଁ କୌଣସି ପ୍ରକାରର ଦେୟ ଦେବାକୁ ପଡିବନି । ଅନ୍ୟପଟେ ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଲୋକଙ୍କୁ ନୋଟ ବଦଳାଇବା ପାଇଁ ୪ ମାସର ସମୟ ପର୍ଯ୍ୟାପ୍ତ ଅଟେ । ପ୍ରଚଳନ ହେଉଥିବା ଅଧିକାଂଶ ନୋଟ ନିର୍ଦ୍ଧାରିତ ସମୟ ଭିତରେ ବ୍ୟାଙ୍କକୁ ଫେରି ଆସିବ । ଏଥିରେ ଲୋକଙ୍କୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com