Breaking NewsFeaturedଜାତୀୟଭାଇରାଲ୍ ଭିଡିଓ

ହଣ୍ଟର୍‌ କ୍ୱିନ୍‌ଙ୍କୁ ଭାରି ପଡ଼ିଲା ଷ୍ଟଣ୍ଟ ଭିଡିଓ… ପୁଲିସ୍ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଷ୍ଟଣ୍ଟ ନିଶାରେ ପାଗଳ ବର୍ତ୍ତମାନର ଯୁବପିଢ଼ି । ସୋସିଆଲ ମିଡିଆରେ ଲାଇକ୍ ଫଲୋଅର୍ସ ବଢାଇବାର ନିଶାରେ ନିଜ ଜୀବନ ସହ ଅନ୍ୟମାନଙ୍କର ଜୀବନକୁ ବି ବିପଦରେ ପକାଇବାକୁ ପଛାଉ ନାହାନ୍ତି । ବିଭିନ୍ନ ସମୟରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରି ଷ୍ଟଣ୍ଟ କରୁଥିବା ମଧ୍ୟ ନଜର ଆସିଛନ୍ତି । ଆଉ ଏହିଭଳି ଷ୍ଟଣ୍ଟ କରିବା ଜଣେ ଯୁବତୀଙ୍କୁ ଭାରି ପଡ଼ିଛି । ଏହି ଯୁବତୀ ଜଣକ କେବଳ ଯେ ଷ୍ଟଣ୍ଟ କରୁଥିଲେ ତା ନୁହେଁ ହାତ ଛାଡ଼ି ବେପରୁଆ ଭାବେ ଦ୍ରୁତ ଗତିରେ ଗାଡ଼ି ଚଲାଇବା ସହ ପିସ୍ତଲ ମଧ୍ୟ ରଖିଥିଲେ । ଏଥି ପାଇଁ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିବା ସହ ୩୦,୦୦୦ ଟଙ୍କା ଜୋରିମାନା ଏବଂ ଏକ ବର୍ଷ ପାଇଁ ତାଙ୍କର ଗାଡ଼ି ପଞ୍ଜିକରଣ ବାତିଲ କରିଦେଇଛି ।

ଏଭଳି ଘଟଣା ଘଟିଛି ପାଟଣାରେ । ଗଙ୍ଗାପଥ ବା ମେରାଇନ୍ ଡ଼୍ରାଇଭ୍‌ରେ ଟ୍ରାଫିକ୍ ନିୟମ ଭାଙ୍ଗି ଷ୍ଟଣ୍ଟ କରୁଥିବା ଜଣେ ଯୁବତୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ୍ । ତେବେ ଯୁବତୀ କେବଳ ବାଇକ୍‌ରେ ଷ୍ଟଣ୍ଟ କରୁନଥିଲେ ହାତରେ ପିସ୍ତଲ ମଧ୍ୟ ଦେଖାଉଥିଲେ । ଏହି ଭିଡିଓକୁ ସେ ହଣ୍ଟର୍‌଼ କ୍ୱିନ୍ ନାମକ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ଯୁବତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ସେ ଧରିଥିବା ବନ୍ଧୁକଟି ଏକ ଲାଇଟର ବୋଲି ଜଣା ପଡ଼ିଛି । ଏଥି ସହିତ ଯୁବତୀ ଜଣକ ନିଜ କାର୍ଯ୍ୟ ପାଇଁ ଅନୁତପ୍ତ ଏବଂ ଭବିଷ୍ୟତରେ ଏଭଳି କାର୍ଯ୍ୟର ପୁନରାବୃତ୍ତି କରିବେ ନାହିଁ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com