Featuredଅନ୍ତର୍ଜାତୀୟଭାଇରାଲ୍ ଭିଡିଓ

ଏ ହେଉଛି ଦୁନିଆର ସବୁଠୁ ମହଙ୍ଗା ଚିକେନ୍, ମୂଲ୍ୟ ଏତେ ଯେ କିଣିଦେବେ ସ୍ପୋର୍ଟ୍ସ ବାଇକ

ଭୁବନେଶ୍ୱର: ଭାରତରେ ଚିକେନ୍ ପ୍ରେମୀଙ୍କ ସଂଖ୍ୟା ଯଥେଷ୍ଟ । ବିଭିନ୍ନ ସ୍ଥାନରେ ଆପଣ ବିଭିନ୍ନ ପ୍ରକାରର ଚିକେନ୍ ମଧ୍ୟ ଖାଇଥିବେ। କିନ୍ତୁ ଆପଣ କେବେ ଦେଖିଛନ୍ତି କି ଚିକେନ୍‌ର ମୂଲ୍ୟ ଲକ୍ଷରୁ ଅଧିକ ବୋଲି ? ଆପଣ ହୁଏତ ଏ ମୂଲ୍ୟ ଶୁଣି ବିଶ୍ୱାସ ନ କରିପାରନ୍ତି, କିନ୍ତୁ ଏହା ସତ।

‘ଡୋଙ୍ଗ ଟା’ ବା ‘ଡ୍ରାଗନ୍ ଚିକେନ୍’ ଭାବରେ ଜଣାଶୁଣା, ଏହା ଦୁନିଆର ସବୁଠାରୁ ମହଙ୍ଗା ଚିକେନ୍। ଭିଏତନାମରେ ଏହି କୁକୁଡ଼ାମାନେ ମିଳିଥାନ୍ତି। ଏହାର ମୂଲ୍ୟ ଏବଂ ଓଜନ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବିଶେଷତା ହେତୁ ସମଗ୍ର ବିଶ୍ୱରେ ଏହାର ଚାହିଦା ଅଧିକ।

ଭିଏତନାମର ରାଜଧାନୀ ହାନୋଇ ନିକଟ ଏକ ଚାଷ ଜମିରେ ‘ଡୋଙ୍ଗ ଟା’ ବା ‘ଡ୍ରାଗନ୍ ଚିକେନ୍’ ନାମକ ଏକ ସ୍ୱତନ୍ତ୍ର ପ୍ରଜାତିର କୁକୁଡ଼ା ଚାଷ କରାଯାଏ । ଏହି ବିଶେଷ ପ୍ରଜାତିର କୁକୁଡ଼ା ଗୋଡ ଇଟା ପରି ମୋଟା ଅଟେ। ଏହି ଚିକେନ୍‌ର ମୂଲ୍ୟ ପ୍ରାୟ ୨,୦୦୦ ଡଲାର ଅର୍ଥାତ୍ ୧,୬୩,୫୭୫ ଟଙ୍କା । ଏହା ‘ଡୋଙ୍ଗ୍ ଟା’ ନାମରେ ଜଣାଶୁଣା କାରଣ ଏହା ପାଳିତ ସ୍ଥାନର ନାମ ମଧ୍ୟ ‘ଡୋଙ୍ଗ୍ ଟା’। ଭିଏତନାମରେ ନୂଆବର୍ଷ ଅବସରରେ ଏହି ବିଶେଷ ଚିକେନ୍ ପରିବେଷଣ କରାଯାଇଥାଏ।

 

Related Articles

Back to top button
WP Twitter Auto Publish Powered By : XYZScripts.com