ଜାତୀୟମନୋରଞ୍ଜନ

ଖୁବ୍‌ କମ୍‌ ବୟସରେ ସଫଳତା ହାସଲ କରିଥିଲେ ଏହି ଅଭିନେତ୍ରୀ : ଦଇବ ସାଜିଥିଲା ଦାଉ, କ୍ୟାରିୟର ଅଧାରେ ଲାଗିଥିଲା ବ୍ରେକ୍‌

ନୂଆଦିଲ୍ଳୀ () ଦିବ୍ୟା ଭାରତୀ… ଯାହା ନାଁକୁ ସମସ୍ତେ ଜାଣନ୍ତି । ଖୁବ୍‌ ବୟସରେ ବଲିଉଡ୍‌ରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ।  ସବୁ ଅଭିନେତ୍ରୀଙ୍କୁ ଠାରୁ ସୁନ୍ଦରତାର ଆଗରେ ଥିଲେ । ସୁନ୍ଦର ସହିତ ଅଭିନୟ ହିଁ ଦିବ୍ୟା ଭାରତୀଙ୍କୁ ରାତାରାତି ଏକ ଷ୍ଟାର କରାଇଥିଲା । ସେହି ସମୟର ସବୁଠାରୁ କନିଷ୍ଠ ଅଭିନେତ୍ରୀ ଥିଲେ ଦିବ୍ୟା । ଦିବ୍ୟା ଭାରତୀ ଖୁବ୍ କମ୍ ବୟସରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ପାଇଥିଲେ । ତାମିଲ ଏବଂ ତେଲୁଗୁ ଫିଲ୍ମରୁ ଦିବ୍ୟା ତାଙ୍କ ଅଭିନୟର କ୍ୟାରିୟର ଆରମ୍ଭ କରିଥିଲେ। ଦିବ୍ୟା ୨୫ ଫେବୃଆରୀ ୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଦିବ୍ୟା ଭାରତୀ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ସାଜିଦ ନାଦିଆୱାଲାଙ୍କୁ ୧୦ ମଇ ୧୯୯୨ରେ ବିବାହ କରିଥିଲେ। ବିବାହ ପରେ ସେ ତାଙ୍କ ନାମ ସନା ନାଦିଆୱାଲାରେ ବଦଳାଇଲେ।

ମିଡିଆ ରିପୋର୍ଟ ଅନୁଯାୟୀ ଦିବ୍ୟା ୧୪ ବର୍ଷ ବୟସରେ ନିଜର ମଡେଲିଂ କ୍ୟାରିଅର୍ ଆରମ୍ଭ କରିଥିଲେ। ୧୬ ବର୍ଷରେ ତାଙ୍କର ପ୍ରଥମ ଫିଲ୍ମ ‘ବବିଲି ରାଜ’ରେ ଡେବ୍ୟୁ କରିଥିଲେ। ଯାହା ଏକ ତେଲୁଗୁ ଫିଲ୍ମ ଥିଲା । ୧୯୯୨ରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ବିଶ୍ୱତ୍ମା’ରେ ତାଙ୍କୁ ବହୁତ ବଡ ସଫଳତା ମିଳିଲା। ଏହା ପରେ ତାଙ୍କ ନାମ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଭାବରେ ପରିଚୟ ସୃଷ୍ଟି କରିଥିଲା। ଏହି ସବୁ ଫିଲ୍ମ ପରେ ସେ ଶୋଲା ଔର ଶବନମ୍, ଦେୱାନା ଭଳି ଅନେକ ହିଟ୍‌ ଫିଲ୍ମରେ କାମ କରିଥିଲେ । ମାତ୍ର ତିନି ବର୍ଷର କ୍ୟାରିୟରରେ ଦିବ୍ୟା ଭାରତୀ ୨୦ଟି ଫିଲ୍ମରେ କାମ କରିଥିଲେ । ଏହା ବ୍ୟତୀତ ଦିବ୍ୟା ଭାରତୀ ପ୍ରାୟ ଅନେକ ଫିଲ୍ମ ସାଇନ୍‌ କରିଥିଲେ କିନ୍ତୁ ହଠାତ୍ ଦିବ୍ୟା ଭାରତୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ନିର୍ମାତାମାନଙ୍କୁ ଅନ୍ୟ ହିରୋଇମାନଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ପଡିଲା । ୫ ଏପ୍ରିଲ ୧୯୯୩ ରେ, ଦିବ୍ୟା ତାଙ୍କ ଘରର ୫ ମହଲା ବାଲକୋନିରୁ ଖସିପଡିଥିଲେ । ତେବେ ଏହି ମୃତ୍ୟୁ ଆତ୍ମହତ୍ୟା କି ଦୁର୍ଘଟଣା ତାହା ଏପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି।

ତାଙ୍କ ମୃତ୍ୟୁରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଦିବ୍ୟା ଅନେକ ଥର ନିଜକୁ କ୍ଷତି ପହଞ୍ଚାଉଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଦିବ୍ୟା ସିଗାରେଟରେ ହାତ ପୋଡି ଦେଇଥିଲେ। ଦିବ୍ୟାଙ୍କ ମୃତ୍ୟୁ ପରେ କୁହାଯାଉଥିଲା କି ସେ ଡ୍ରଗ୍ସ ନେଉଥିଲେ। ହେଲେ ତାଙ୍କ ମା କହିଥିଲେ ଯେ ସେ ଡ୍ରଗ୍ସ ନିଅନ୍ତି ନାହିଁ । ବରଂ ସେହି  ଘଟଣାରେ ଦିନ ମଦ ପିଇଥିଲେ । ସୂଚନା ଅନୁଯାୟୀ ଦିବ୍ୟା ଭାରତୀଙ୍କ ମାମଲାରେ ମୁମ୍ବାଇ ପୋଲିସ ତଦନ୍ତରେ ଏହା ଏକ ଦୁର୍ଘଟଣା ବୋଲି କୁହାଯାଇଥିଲା। ତାଙ୍କ ମୃତ୍ୟୁରେ ଦିବ୍ୟାଙ୍କ ସ୍ୱାମୀ ସାଜିଦ ନାଦିଆୱାଲାଙ୍କୁ ମଧ୍ୟ ସନ୍ଦେହ କରାଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com