ଅନ୍ତର୍ଜାତୀୟଜାତୀୟ

ଅନିଲ ଅମ୍ୱାନୀଙ୍କ ପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ମିଳିବ ୯୦୦ କୋଟି

ନୂଆଦିଲ୍ଲୀ: ଋଣ ବୋଝରେ ଥିବା ରିଲାଏନ୍ସ ଗ୍ରୁପ ଚେୟାରମ୍ୟାନ ଅନିଲ ଅମ୍ୱାନୀଙ୍କ ପାଇଁ ଭଲ ଖବର। ୫ ବର୍ଷ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ରିଲାଏନ୍ସ ଗ୍ରୁପର କମ୍ପାନି ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି।

କୋର୍ଟ ଏହି ନିର୍ଦ୍ଦେଶ ପରେ ରିଲାଏନ୍ସ ଇଫ୍ରାକୁ ଦାମୋଦର ଭେଲି କର୍ପୋରେସନ(ଡିଭିସି) ଠାରୁ ଜୁଲାଇ ୩୧ ସୁଦ୍ଧା ୫୯୫ କୋଟି ଟଙ୍କା ମିଳିବ। ଏହାସହ ବ୍ୟାଙ୍କ ଗ୍ୟାରେଣ୍ଟୀ ରୂପେ ୩୦୩ କୋଟି ଟଙ୍କା ମିଳିବ। ଏହିପରି ରିଲାଏନ୍ସ ଇନଫ୍ରାକୁ ପ୍ରାୟ ୯୦୦ କୋଟି ଟଙ୍କା ଲାଭ ମିଳିବ।

କୋଲକାତା ସ୍ଥିତି ଦାମୋଦର ଭେଲି କର୍ପୋରେସନର ଚେୟାରମ୍ୟାନ ରାମ ନରେଶ ସିଂ ସୁପ୍ରିମକୋର୍ଟରେ ଲିଖିତ ଆକାରରେ ଏକ ଅଣ୍ଡରଟେକିଂ ମଧ୍ୟ ଦେଇଛନ୍ତି। ଏଥିରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା କଥା ସେ କହିଛନ୍ତି ।

କଣ ଏହି ମାମଲା ?

୨୦୧୭ ମସିହାର ଏହି ମାମଲା । ରିଲାଏନ୍ସ ଇନଫ୍ରା ପଶ୍ଚିମବଙ୍ଗର ପୁରୁଲିଆରେ ୨x୬୦୦MW କୋଇଲା ଆଧାରିତ ବିଜୁଳି ପ୍ଲାଣ୍ଟର ନିର୍ମାଣ ପାଇଁ ଡିଭିସି ସହ ପ୍ରୋଜେକ୍ଟ କରିଥିଲା। ତେବେ ଜମି ଅଧିଗ୍ରହଣ ଏବଂ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହି ପ୍ରୋଜେକ୍ଟରେ ବିଳମ୍ୱ ହୋଇଥିଲା। ଏପରି ସ୍ଥିତିରେ ରିଲାଏନ୍ସ ଇନଫ୍ରା କ୍ଲେମ କରିଥିଲା । ଏହାପରେ ମାମଲା ବିଭିନ୍ନ କୋର୍ଟରେ ପହଞ୍ଚିଥିଲା। ଏବେ ସୁପ୍ରିମକୋର୍ଟ ରିଲାଏନ୍ସ ଇନଫ୍ରା ପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com