ଅନ୍ତର୍ଜାତୀୟରାଜନୀତି

ପ୍ରଧାନମନ୍ତ୍ରୀ ମୋଦୀ ଦୈନିକ ମାତ୍ର ୨ ଘଣ୍ଟା ଶୁଅନ୍ତି: ମହାରାଷ୍ଟ୍ର ‘ବିଜେପି’ ମୁଖ୍ୟ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଦୈନିକ ମାତ୍ର ୨ ଘଣ୍ଟା ଶୋଉଛନ୍ତି ଏବଂ ଆଦୌ ନ ଶୋଇ ଦେଶ ପାଇଁ ୨୪ ଘଣ୍ଟା କାର୍ଯ୍ୟ କରିବାକୁ ଗୋଟାଏ ପରୀକ୍ଷା କରୁଛନ୍ତି ବୋଲି ମହାରାଷ୍ଟ୍ର ‘ବିଜେପି’ ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌ ଦାବି କରିଛନ୍ତି।

କୋହ୍ଲାପୁର ଉତ୍ତର ବିଧାନସଭା ଉପନିର୍ବାଚନ ପୂର୍ବରୁ ନିକଟ ଅତୀତରେ କୋହ୍ଲାପୁରରେ ‘ବିଜେପି’ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ପାଟିଲ୍‌ କହିଛନ୍ତି, ପ୍ରତିଦିନ ପ୍ରଧାନମନ୍ତ୍ରୀ ମୋଦୀ ମାତ୍ର ୨ ଘଣ୍ଟା ଶୁଅନ୍ତି ଏବଂ ୨୨ ଘଣ୍ଟା କାମ କରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆଦୌ ନ ଶୋଇବା ପାଇଁ ମଧ୍ୟ ସେ ପରୀକ୍ଷା ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶ ପାଇଁ ପ୍ରତି ମୁହୂର୍ତ୍ତରେ କାମ କରୁଛନ୍ତି। ନିଦ୍ରାକୁ ବାଧା ଦେଇ କିଭଳି ଦେଶ ପାଇଁ ୨୪ ଘଣ୍ଟା କାମ କରିହେବ, ସେଥିପାଇଁ ସେ ଉଦ୍ୟମ ଚଳାଇଛନ୍ତି। ସେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କରନ୍ତି ନାହିଁ।

ଏହା ବ୍ୟତିରେକେ, ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଅତି ନିପୂଣ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଦେଶର ଯେଉଁ ପ୍ରାନ୍ତରେ ଯାହା ଘଟୁଥିବା ଘଟଣାବଳୀ ବିଷୟରେ ସଚେତନ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com