ଅନ୍ତର୍ଜାତୀୟଜାତୀୟ

କରାଚିରେ ଆଇସି -୮୧୪ ବିମାନ ଅପହରଣରେ ସାମିଲ ଥିବା ଆତଙ୍କବାଦୀ ଜହୋର ମିସ୍ତ୍ରୀକୁ ହତ୍ୟା

ନୂଆଦିଲ୍ଲୀ() ଡିସେମ୍ବର ୧୯୯୯ରେ ବହୁ ଚର୍ଚ୍ଚିତ  ଆଇସି -୮୧୪ ବିମାନ ଅପହରଣରେ ସାମିଲ ଥିବା କୁଖ୍ୟାତ ଆତଙ୍କବାଦୀ ଜହୋର ମିସ୍ତ୍ରୀକୁ ହତ୍ୟା। ଏହି ଅପହରଣରେ ପାଞ୍ଚ ଜଣ ଅପହରଣକାରୀ ଥିବା ବେଳେ ଏହି ପାଞ୍ଚ ଜଣ ଅପହରଣକାରୀଙ୍କ ମଧ୍ୟରୁ ଜଣେ ଥିଲା ଜହୋର ମିସ୍ତ୍ରୀ ଓରଫ ଜାହିଦ ଅଖୁନ୍ଦ। ମାର୍ଚ୍ଚ ୧ରେ ପାକିସ୍ତାନର କରାଚି ସହରରେ ଜହୋରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିିଛି। ଜହୋର ମିସ୍ତ୍ରୀ ଗତ କିଛି ବର୍ଷ ଧରି ଜାହିଦ ଅଖୁନ୍ଦ ପରିଚୟ ସହିତ କରାଚିରେ ରହୁଥିଲା। ଅଖୁନ୍ଦ କରାଚିର ଅଖତାର କଲୋନୀ ଭିତରେ ଅବସ୍ଥିତ କ୍ରେସେଣ୍ଟ ଫର୍ନିଚରର ମାଲିକ ଥିଲା।

ଗୁପ୍ତଚର ସୂତ୍ରରୁ ଏହା ମଧ୍ୟ ଜଣାପଡ଼ିଛି ଯେ କରାଚିରେ ଅଖୁନ୍ଦଙ୍କ ଅନ୍ତିମ ସଂସ୍କାରରେ ମାସୁଦ ଅଝହରର ଭାଇ ରାଉଫ ଅସଗରଙ୍କ ସମେତ ଜୈଶ-ଇ-ମହମ୍ମଦର ଅନେକ ବଡ଼ ବଡ଼ ଆତଙ୍କବାଦୀମାନେ ଅଂଶଗ୍ରହଣ କରିଥିଲେ। ଜିଓ ଟିଭି କରାଚିର ଜଣେ ବ୍ୟବସାୟୀଙ୍କୁ ହତ୍ୟାକୁ କରାଯାଇଥିବା ନେଇ ନିଶ୍ଚିତ କରିଥିବା ବେଳେ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିଲା? ତାହା ଜଣାପଡ଼ିନଥିବା କହିଛି। ଜିଓ ଟିଭି ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ମଧ୍ୟ ଜାରି କରିଛି, ଯେଉଁଥିରେ ଆତଙ୍କବାଦୀ ଜହୋରଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଦେଖାଯାଇଛି।

ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ ହତ୍ୟା ପୂର୍ବରୁ ଦୁଇ ଜଣ ଯୁବକ ଅସ୍ତ୍ରଶସ୍ତ୍ର ଧରି ଅଖତାର କଲୋନୀ ରାସ୍ତାରେ ବୁଲିଥିଲେ। ଅଭିଯୁକ୍ତମାନେ କିଛି ସମୟ କଲୋନୀରେ ବୁଲିବା ସହ ଆସବାବପତ୍ର ଗୋଦାମରେ ପ୍ରବେଶ କରି ଆତଙ୍କବାଦୀ ଜହୋରକୁ ଅପହରଣ କରିନେଇଥିଲା। ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ତେବେ କେବଳ ଜହୋର ନୁହନ୍ତି ଜହୋରଙ୍କ ପରି ଅନେକ ଆତଙ୍କବାଦୀ ମଧ୍ୟ ପାକିସ୍ତାନରେ ଆଶ୍ରୟ ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com