ବାଣିଜ୍ୟ

ଅଗ୍ନିକାଣ୍ଡରେ ୭୦୦ରୁ ଅଧିକ ଦୋକାନ ପୋଡି ପାଉଁଶ

ଇଟାନଗର, ୨୫/୧୦/୨୦୨୨ –  ଅରୁଣାଚଳ ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ । ରାଜଧାନୀ ଇଟାନଗର ନାହାରଲଗୁନରେ ଅଗ୍ନିକାଣ୍ଡ ଘଟି ୭୦୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି । ଏହି ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ,  ଆଖି ପିଛୁଳାକେ ପୁରା ବଜାରର ସମସ୍ତ ଦୋକାନକୁ ବ୍ୟାପି ଯାଇଥିଲା । ଦମକଳବାହୀନି ଘଟଣା ସ୍ଥଳରେ ପହଂଚି ଶତ ଚେଷ୍ଟା କରିଥିଲେ ବି ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ କାହାର ଜୀବନ ଯାଇଥିବା ନେଇ କୌଣସି ସୂଚନା ମିଳିନାହିଁ । ରାଜଧାନୀ ଇଟାନଗରରୁ ୧୪ କିଲୋମିଟର ଦୂରରେ ରହିଛି ଅରୁଣାଚଳ ପ୍ରଦେଶରର ସବୁଠାରୁ ପୁରୁଣା ସହର ନାହାରଲଗୁନ । ଏହି ସହରକୁ ଲାଗି ରହିଛି ପୋଲିସ ପୋଷ୍ଟ ଓ ଦମକଳ କେନ୍ଦ୍ର ।

ପୋଲିସର ସୂଚନା ମୁତାବକ ପ୍ରଥମେ ୩ ଟି ଦମକଳ ଗାଡି ଏହି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ନାହରଲଗୁନ ଡେଲି ମାର୍କେଟରେ ଆଜି ସକାଳେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା କହିଛି ପୋଲିସ । ଗତକାଲି ରାତିରେ ଯେଉଁ ବାଣ ଫୁଟା ଯାଇଥିଲା ତାହା ଦ୍ୱାରା ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ପୋଲିସ ଅନୁମାନ କରୁଛି  । ଏହି ଅଗ୍ନିକାଣ୍ଡରେ କେତେ ସମ୍ପତ୍ତି ନଷ୍ଟ ହୋଇଛି ତାହାର ଆକଳନ କରାଯାଇ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com