ବାଣିଜ୍ୟ

SHG ମାଆମାନଙ୍କୁ ମିଳିବ ଇ-ସ୍କୁଟି

ଭୁବନେଶ୍ୱର ୦୬/ ୦୩/ ୨୦୨୩ –   SHG ମାଆମାନଙ୍କୁ  ଇ-ସ୍କୁଟି ଦିଆଯିବ । ଇ-ସ୍କୁଟିରେ ୧ଲକ୍ଷ ଟଙ୍କାର ରିହାତି ପାଇବେ ମହିଳା । ତେବେ ଇସି ସଦସ୍ୟଙ୍କୁ ମିଳିବ ଏହି ସ୍କୁଟି । ସେଥିପାଇଁ ବଜେଟରେ ୫୦କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ମିଳିବା ସହିତ ବଜେଟରେ ୨ଟି ନୂଆ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ ।

ଏବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା । ସମସ୍ତ 5T ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ଦେଖାଶୁଣା SHG କରିବେ । ପ୍ରତି ଜିଲ୍ଲାରେ SHG ମହିଳା ଡ୍ରାଇଭିଂ ଟ୍ରେନିଂ ପାଇବେ । ଏଥିସହିତ ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଗୁରୁତ୍ୱ ଦିଆଯିବ ।

ସେହିପରି ବିୟୁଟି, ଫେସନ୍, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ SHG ମହିଳାଙ୍କୁ ମିଳିବ ମ୍ୟାନେଜମଣ୍ଟ ଟ୍ରେନିଂ । ଏହାସହିତ OUAT ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ । SHG ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ରାଜ୍ୟ ସରକାର ଯୋଗାଇବେ ବୋଲି ଜଣାପଡ଼ିଛି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com